ଓଡିଶା ଖବର

ଡକାୟତି ଯୋଜନା ପଣ୍ତ: ୫ ଅନ୍ତଃରାଜ୍ୟ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡ଼ା:29 4 2024 (AKN NEWS): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଗିରଫ ଡକାୟତମାନେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବାହାରା ଥାନା ବାଗବାହାର ପୋତରପଡା ୱାର୍ଡ ନଂ୧୪ର ବିରୁ ନାଗ(୨୮), ଆଶୁ ଦାସ (୧୯), ରବିକୁମାର ପାଣ୍ଡେ (୨୨), ଓମ୍‌ ସାଗର (୧୯) ଓ ରୂପେଶ ତାଣ୍ତି (୧୯) | ସୂଚନା ଅନୁସାରେ, ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜୋଙ୍କ ନଦୀ ତଟରେ ଜୋଙ୍କ ପୁଲିସ ଚେକପୋଷ୍ଟ ବସାଇ ୨୪ ଘଣ୍ଟିଆ ଯା‌ଞ୍ଚ ଚଳାଇଛି। ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ସୀତାକାନ୍ତ ଖାମାରୀଙ୍କ ନେତୃତ୍ବରେ ଏକ ପୁଲିସ ଟିମ ଖରିଆରରୋଡ୍‌ ସହର ଓ ସୀମାବର୍ତ୍ତୀ ଅ‌ଞ୍ଚଳରେ ରବିବାର ସଂଧ୍ୟା ପାଟ୍ରୋଲିଂ କରୁଥିଲେ। ଜୋଙ୍କ ଶାନ୍ତି ଉଦ୍ୟାନର ନିଛାଟିଆ ସ୍ଥାନରେ ବାଗବାହାର ପତରପଡ଼ାର ୫ ଜଣ ଯୁବକ ମାରଣାସ୍ତ୍ର ଧରି ଡକାୟତି କରିବାକୁ ଯୋଜନା କରୁଥିଲେ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!