ତବଲାରେ ସମ୍ଲେଇ ମନ୍ଦିର ପ୍ରତିଷ୍ଠା

(AKN NEWS): ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ତବଲା ଗ୍ରାମ ରେ ବହୁତ ଆଡ଼ମ୍ବରରେ ମା ସମଲେଇଙ୍କ ନୁତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଅଛି | ସୁଚନା ଯୋଗ୍ୟ ଯେ ଏହି ଗ୍ରାମରେ ଶିବ,ଜଗନ୍ନାଥଙ୍କ ମନ୍ଦିର ଥିଲେ ହେଁ ମା ସମଲେଇ ଛୋଟ ଘରେ ପୁଜା ପାଉଥିଲେ | ତେଣୁ ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମରେ ଆଜି ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା | ଗତ 3 ଅପ୍ରିଲ୍ ଦିନ କଳସ ଯାତ୍ରା ଆରମ୍ଭ ହୋଇଥିବା ବେଳେ 4 ଅପ୍ରିଲ୍ ଦିନ ସିଂହାସନ ପ୍ରତିଷ୍ଠା,ଚଣ୍ଡି ହୋମ,ସମାପନ ହୋଇଯାଇଛି | ଆଜି 5 ଅପ୍ରିଲ୍ ଦିନ ଦେବୀଙ୍କ୍କ୍ ମନ୍ଦିର ବିଜେ କରାଯାଇଥିଲା |
ରାମକୃଷ୍ଣ ସାହୁ,ଶ୍ରୀକାନ୍ତ ପଧାନ,କିରଣ ପଟ୍ଟା,ଜୟ ପ୍ରକାଶ ମେହେର,ରଂଜିତ ପଧାନ ପ୍ରମୁଖ ନିଜ ନିଜ ଧର୍ମପତ୍ନୀ ସହ ପୂଜାରେ କର୍ତ୍ତା ଭାବରେ ଦାଇତ୍ୱ ତୁଲାଇ ଥିଲେ | ନନ୍ଦିଘୋଷ ମହାପାତ୍ର ଓ ଦାମୋଦର ବାବୁ ମୁଖ୍ଯ ପୂଜକ ଭାବରେ ପୂଜାବିଧି କରାଇଥିଲେ | ପୁଜା କମିଟି ରେ ସଭାପତି ଦିଲିପ ପଧାନ ସଂପାଦକ ସରୋଜ ବେହେରା,,ଅନ୍ୟ ଦାଇତ୍ବରେ ପ୍ରଶାନ୍ତ ପଧାନ,ଶାନ୍ତନୁ ପଧାନ ଯୁବ କମିଟି ରେ ଜିତୁ ବାରିକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ | ପ୍ରତି ଦିନ ସନ୍ଧ୍ୟାରେ ଭକ୍ତି ରସାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ସମାଗମ ଦେଖିବାକୁ ମିଳିଥିଲା | ସମସ୍ତ ଭକ୍ତ ମାନଂକ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି |
ସମ୍ବଲପୁର ଉପଖଣ୍ଡ ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ ଏ.କେ.ଏନ ନିୟୁଜ


