ଓଡିଶା ଖବର

ତେଲେନପାଲି ରେ ଧାନ ବିକ୍ରୟ କେନ୍ଦ୍ର ର ଭିତ୍ତିଭୂମି ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଳେ ଉପମୁଖ୍ୟ ମନ୍ତ୍ରୀ 

ଖପ୍ରାଖୋଲ(AKN NEWS):ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ଗାଁ ରେ କୃଷି ଓ କୃଷକ ସଶକ୍ତ କରଣ ବିଭାଗ ତରଫରୁ ପ୍ରାଥମିକ କୃଷି ସମବାୟ ସମିତି ପାଇଁ ଧାନ ବିକ୍ରୟ କେନ୍ଦ୍ର ର ଭିତ୍ତିଭୂମି ବିକାଶ ର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଉପମୁଖ୍ୟ ମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ନଡ଼ିଆ ଭାଙ୍ଗି ଶିଳାନ୍ୟାସ କରିଥିଲେ।୫୩ ଲକ୍ଷ ୭୦ ହଜାର ବ୍ୟୟ ବରାଦ ରେ ଚାଷୀଙ୍କ ଧାନ ବିକ୍ରୟ ତଥା ଭିତ୍ତି ଭୂମି ବିକାଶ କରାଯିବ ବୋଳି ମନ୍ତ୍ରୀ କହିଥିଲେ। ଏହି ଅବସରରେ ପାଟଣାଗଡ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ପ୍ୟାକ୍ସ ସଭାପତି ନକୁଳ ବେହେରା, ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦ ଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଭାଇଁସାଲ, ଉମାକାନ୍ତ ପ୍ରଧାନ, ବିକାଶ ବେହେରା, ଉପେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ବଲାଙ୍ଗୀର ଜିଲ୍ଲା କଞ୍ଜର ମୁନା ଙ୍କ ରିପୋର୍ଟAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!