*ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲରେ କର୍ଚାମାଳ ଦଳର ବାଜିମାତ*

ନବରଙ୍ଗପୁର:(AKN NEWS): ନବରଙ୍ଗପୁର ଟାଉନ ଫୁଟବଲ୍ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଫୁଟବଲ୍ ପଡ଼ିଆରେ ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବରେ ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ପାପଡ଼ାହାଣ୍ଡି ବ୍ଲକ୍ ର ଉପ ସଭାପତି ସୁଶାନ୍ତ କୁମାର ବେହେରା, ନନ୍ଦାହାଣ୍ଡି ଜୋନ -୨ ର ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ପରିବର୍ତ୍ତନ ଫାଉଣ୍ଡେସନ ର ସଭାପତି ନିନିବାବୁ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏକ ସଂଘର୍ଷ ପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରେ କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ କର୍ଚମାଲ ଦଳ ଏକ ନାଟକୀୟ ଢଙ୍ଗରେ ଚିତ୍ରୋକୋଟ ଦଳ କୁ ୨-୦ ଗୋଲରେ ପରାସ୍ତ କରି ଦଶହରା କପ୍ ଫାଇନାଲ କୁ ଉନ୍ନୀତ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ସୋମବାର ଦିନ ପ୍ରଥମ ଥର ପାଇଁ ରାତ୍ରରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବା ପୂର୍ବରୁ ମହିଳା ଫୁଟବଲ ଖେଳାଳିଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅଶୋକ ପାତ୍ର କହିଛନ୍ତି। ଆଜିର ମ୍ୟାଚରେ ରେଫେରୀ ଭାବରେ ଲାଲୁ ହରିଜନ, ବିଜୟ ନାୟକ, ଲାଛୁ ଭୂମିଆ ଏବଂ, ରଇଲା ଭତରା ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ଫୁଟବଲ୍ ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ଅସଂଖ୍ୟ ଦର୍ଶକ ଉପସ୍ଥିତ ଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


