ଓଡିଶା ଖବର

ଦୁର୍ଗାପୂଜା ଉତ୍ସବ ଓ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍ ): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେଁପୁର ପଞ୍ଚାୟତ ମାଁ ଦୁର୍ଗା ପୂଜା କମିଟି ତରଫରୁ ଆୟୋଜିତ ଦୁର୍ଗାପୂଜା ଉତ୍ସବ ଓ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳା, ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ ରଖିବା ସହ ଯୁବକ ଭାଇମାନେ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଆହ୍ବାନ ଦେଇଥିଲେ । ସେଁପୁର ପୂର୍ଵତନ ସରପଞ୍ଚ ତଥା ପୂଜା କମିଟିର ସଭାପତି ଶ୍ରୀ ରାଜେଶ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସେଁପୁର ପଞ୍ଚାୟତ ସଭାପତି ତରୁ ଜାନୀ, ଆଦିବାସୀ ନେତା ପାଣ୍ଡବ ମାଝୀ, ସମାଜସେବୀ ବିଭୀଷଣ ସାହୁ, ଶିକ୍ଷାବିତ ପ୍ରଫୁଲ୍ଲ ପ୍ରଧାନ, କମିଟି ସଦସ୍ୟ ପଙ୍କଜ ବାଗ, ଯୋଗୀରାମ ବାଗ, ରମେଶ ବାଗ, ଛାତ୍ର ନେତା ନବୀନ ନାୟକ ତଥା ମିଲକୀ ଅଞ୍ଚଳର ହଜାର ହଜାର ସ୍ଥାନୀୟ ଅଧିବାସୀଙ୍କ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!