ଓଡିଶା ଖବର

ଦୁର୍ଗା ବିସର୍ଜନ ଶୋଭାଯାତ୍ରା ବେଳେ ଆକ୍ରମଣ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ।

କଟକ, (AKN NEWS):ଗତ ୩ ଅକ୍ଟୋବର ରାତିରେ କଟକ ସହରରେ ଦୁର୍ଗା ମା’ଙ୍କ ବିସର୍ଜନ (ଭସାଣି) ଶୋଭାଯାତ୍ରା ସମୟରେ ଘଟିଥିବା ଆକ୍ରମଣ ଘଟଣା ଉପରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ଗଭୀର କ୍ଷୋଭ ପ୍ରକାଶ କରିଛି। ଏହି ଅପ୍ରତ୍ୟାଶିତ ଓ ହିଂସାପୂର୍ଣ୍ଣ ଘଟଣାରେ ଉତ୍ସବ ମୁଖର କଟକ ସହର ହଠାତ୍ ଏକ ଅସ୍ବାଭାବିକ ଅବସ୍ଥାର ସମ୍ମୁଖୀନ ହୋଇଛି ବୋଲି ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରଦେଶ ଅଧ୍ୟକ୍ଷା ଡ.ସୁନୀତି ମୁଣ୍ଡ କହିଛନ୍ତି । ଏପରି ଅତର୍କିତ ଆକ୍ରମଣ ଓଡ଼ିଶାର ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ଭୟଙ୍କର ଭାବରେ ନଷ୍ଟ କରିଛି ବୋଲି ସେ କହିଛନ୍ତି । ଦୋଷୀମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ଭଳି ହିନ୍ଦୁବହୁଳ ରାଜ୍ୟରେ ଏପରି ଘଟଣା ଅତ୍ୟନ୍ତ ଅଶୋଭନୀୟ ଓ ଚିନ୍ତାଜନକ ବୋଲି କଟକ ଜିଲ୍ଲା ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ସଭାପତି ହିମାଂଶୁ ବିଶ୍ଵାଳ କହିଛନ୍ତି । କଟକ ଓଡ଼ିଶାର ଏକ ପ୍ରମୁଖ ସହର ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହୋଇ ଥିବାରୁ ଏଠାରେ ଘଟୁଥିବା ଘଟଣା ସାରା ଓଡ଼ିଶାକୁ ପ୍ରଭାବିତ କରେ । ବିଗତ ଦିନରେ ପ୍ରଶାସନ ପକ୍ଷରୁ ଏଭଳି ଅଘଟଣକୁ ଦୃଢ଼ ହସ୍ତରେ ଦମନ କରାଯାଇ ନ ଥିବାରୁ ଏ ସମସ୍ୟା ଏକ ଭୟଙ୍କର ବ୍ୟାଧିରେ ପରିଣତ ହୋଇଛି । ଶାନ୍ତ ସରଳ ସ୍ୱଭାବର ଧାର୍ମିକ ହିନ୍ଦୁମାନେ ସହରରେ ସାମୁହିକ ଶୋଭାଯାତ୍ରାରେ ଯୋଗଦାନ କରିବାକୁ ଭୟ କରୁଛନ୍ତି । ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେଇ କାର୍ଯ୍ୟ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସଙ୍ଗଠନ ଆଗାମୀ ଦିନରେ ନିଶ୍ଚିତ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଛନ୍ତି ।ସଙ୍ଗଠନ ପକ୍ଷରୁ କଟକ ପୁଲିସ କମିଶନରଙ୍କୁ ଏକ ସ୍ମାରକପତ୍ର ଦାଖଲ କରାଯାଇଛି, ଯେଉଁଥିରେ ତୁରନ୍ତ ଦୋଷୀମାନଙ୍କ ଗିରଫ ସହ ଭବିଷ୍ୟତରେ ଧାର୍ମିକ ଶୋଭାଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସଙ୍ଗଠନ ଦାବି ରଖିଛି। ଡ. ମୁଣ୍ଡ୍ କହିଛନ୍ତି ଯେ ହିନ୍ଦୁ ସମାଜ ଶାନ୍ତିପ୍ରିୟ ହେଲେ ମଧ୍ୟ ନିଜ ଧର୍ମ ଓ ଆସ୍ଥା ପ୍ରତି ଅପମାନ ସହିବ ନାହିଁ। ଓଡ଼ିଶା ଏକ ହିନ୍ଦୁ ରାଜ୍ୟ । ଅଯଥା ଗୁଡ଼ାଏ ସିକୁଲାର୍ ଆଇନ୍ ଏଠାରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରି ରଖିଛି । ସଙ୍ଗଠନ ସମସ୍ତ ଭକ୍ତମାନଙ୍କୁ ଶାନ୍ତି ରଖିବା ଓ ଆଇନ ଉପରେ ଆସ୍ଥା ରଖିବା ପାଇଁ ଆହ୍ୱାନ କରିଛି।

ଡ. ସୁନୀତି ମୁଣ୍ଡ୍ ଅଧ୍ୟକ୍ଷା, ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ, ଓଡ଼ିଶା

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!