ଦୁର୍ନୀତି ନିବାରଣ ସପ୍ତାହ ପାଳନ -୨୦୨୪ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଂଗପୁର (AKN NEWS): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୮ .୧୦.୨୦୨୪ ରୁ ୩.୧୧.୨୦୨୪ ପର୍ଯ୍ୟନ୍ତ ହେବାକୁ ଥିବା ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ଡା, ସିଡ଼ିଓ ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ୍ ,ଉପ ଜିଲ୍ଲାପାଳ,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବଟକୃଷ୍ଣ ମିଶ୍ର ପ୍ରମୁଖ ଙ୍କ ସହ ସମସ୍ତ ବି ଡି ଓ,ତହସିଲଦାର,ନବରଙ୍ଗପୁର, ଡି ଏସ ଓ, ଏ ଡି ଏ ଓ, ଇ ଓ, ମ୍ୟୁନିସିପାଲଟି, ଅଧ୍ୟକ୍ଷ,ନବରଙ୍ଗପୁର ମହାବିଦ୍ୟାଳୟ , ଡି ଆଇ ପି ଆର୍ ଓ, ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଉପଲକ୍ଷେ ଆସନ୍ତା ୨.୧୧.୨୦୨୪ ତାରିଖ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଏକ ସାଧାରଣ ସଭା,ଶପଥ ପାଠ,ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ,ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ।୨୮ ଅକ୍ଟୋବର ରୁ ୨ ନଭେମ୍ବର ୨୦୨୪ପର୍ଯ୍ୟନ୍ତ ସମସ୍ତ ବ୍ଲକ୍ ମାନଙ୍କରେ ସଚେତନତା ଗ୍ରାମ ସଭା,ସଭା ,ପ୍ରତିଯୋଗିତା ,ପୁରସ୍କାର ବିତରଣ, ସଭାରେ ଜନପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ଭଳି କାର୍ଯ୍ୟକ୍ରମ ମାନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଦୁର୍ନିତି ମୁକ୍ତ ସମାଜ ଗଠନ ରେ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ମାନ ଜିଲ୍ଲା , ବ୍ଲକ୍ ଓ ପଞ୍ଚାୟତ ସ୍ତରରେ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଵମନ୍ୟୟ ଓ ସହଯୋଗ କରାଯାଇଥାଏ।ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ଏହି ଦୁର୍ନିତି ନିବାରଣ ସପ୍ତାହ ପାଳନ ର ସଫଳ ରୁପାୟନ ପାଇଁ ଦାୟିତ୍ଵ ଅର୍ପଣ କରାଗଲା।ବୈଠକ ପ୍ରାରମ୍ଭରେ ଡି ଆଇ ପି ଆର୍ ଓ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


