ଓଡିଶା ଖବର

ଧନସୁଲି ସରକାରୀ ଉଚ୍ଚ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ପାପଡାହାଣ୍ଡି,18.2.24 (AKN NEWS): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଧନସୁଲି ସରକାରୀ ଉଚ୍ଚ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଊତ୍ସବ ପାଳନ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଚୌଧୁରୀ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ, ବ୍ଲକ ଉପାଧକ୍ଷା ସୁଶାନ୍ତ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଚନ୍ଦ୍ର ସାହୁ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡା,ବିଏସଏସଓ ସୁବ୍ରତ କୁମାର କିଷାନ, ଏସଏମଶି ସଭାପତି ଡମ୍ବରୁ ନାୟକ, ଯୋଗ ଦେଇ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣ ବୃଦ୍ଧି କରିବା ଏହି ବାର୍ଷିକ ଉତ୍ସବର ଉଦେଶ୍ୟ ବୋଲି କହିଥିଲେ. ଦଳେଇଗୁଡ଼ା ଆଶ୍ରମ ବି୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ,ଲାବଣ୍ୟପଦର ପ୍ରଧାନ ଶିକ୍ଷକ କ୍ଷେମା ଗରଡା, ପାତ୍ରୀ ଆଶ୍ରମ ପ୍ରଧାନ ଶିକ୍ଷକ ସନ୍ତୋଷ ତ୍ରିପାଠୀ , ଜଟାବାଳ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧିରେନ ଦାସ, ମାନିଗାଁ ଆଶ୍ରମ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ମିଶ୍ର, ବଟିବେଡା ପ୍ରଧାନ ଶିକ୍ଷକ ଫ୍ରାନସିସି ନାଗ,ଦଳେଇଗୁଡା ଏସ ଏସ ଡି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା, ବାସିନୀ ଆଶ୍ରମ ବିଦ୍ୟାଳୟ ସୁରେଶ ପାତ୍ର, ଚନ୍ଦ୍ରପୁର ଆଶ୍ରମ ବିଦ୍ୟଳୟ ଦଶରଥ ଯାନୀ, ଭାଟିକୋଟ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତପଶ୍ୱନୀ ମହାନ୍ତି କୁ ଧନସୁଲି ଆଶ୍ରମ ବିଦ୍ୟଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଅତିଥିମାନେ ଭଗବାନ ଫୋଟ ଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ବୀପ ପ୍ରଜ୍ୱଳନ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଏହାପରେ ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖେଳକୁଦ ଏବଂ ରାଜ୍ୟ ସରକାରଙ୍କ ପ୍ରତିଭା ଅନ୍ୱେଷଣ ଓ ସୃଜନଶୀଳତା କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ଇଂରାଜୀ ଓ ଓଡ଼ିଆ ଭାଷା ରେ ନାଟକ ପରିବେଷଣ କରିଥିଲେ। ଏହି ଅବସରରେ ରେ ମୁଖ୍ୟ ଅତିଥି ଆସନ୍ତା ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଆହୁରି କେମିତି ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ କରି ବିଦ୍ୟଳୟ ଓ ଜିଲ୍ଲା ର ନାମ ରଖିବେ ବୋଲି କହିଥିଲେ। ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ କେଶରୀ ନାୟକ ଓ ଗୋବିନ୍ଦ ଭତରା କୁ ସମ୍ମାନିତ କରଯାଇଥିଲା। ପୂର୍ବତନ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ର ଅଧିକା ନମ୍ବର ରଖିଥିବା ଛାତ୍ରଛାତ୍ରୀ କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା

କବି ରତିକାନ୍ତ ଦୁବେ କରିଥିଲେ। ମୋନାଲିଶା ଖୋସାଲା, ଜ୍ୟୋତ୍ରିମୋୟୀ ରଥ, ବଂଶୀଧର ନାୟକ, ଡମ୍ବରୁ ନାୟକ, ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!