ଓଡିଶା ଖବର

ଧରପଗଡ଼ ରେ ବିଶ୍ୱ ଆଦିବାସୀ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

(AKN NEWS): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ଆଦିବାସୀ ସଂଘ, ତରଫରୁ, ସ୍ଥାନୀୟ ଶିଶୁମନ୍ଦିର ପାର୍ଶ୍ୱରେ ଆଗାମୀ ବିଶ୍ୱ ଆଦିବାସୀ ଦିବସ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ସମସ୍ତ କର୍ମକର୍ତ୍ତା ଙ୍କ ଆଲୋଚନା ଏବଂ ସହମତି କ୍ରମେ ଆସନ୍ତା ମାସ ଅଗଷ୍ଟ 9 ତାରିଖ ବିଶ୍ୱ ଆଦିବାସୀ ଦିବସ ପାଳନ କରାହେବା ! ଉକ୍ତ ବୈଠକ ରେ ସଂଘ ର ସଭାପତି ଅସ୍ମିନ ଭୋଇ, ସମ୍ପାଦକ ଶୁଭ ଛତ୍ରିଆ, ଏବଂ ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ସରପଞ୍ଚ ଡ଼ିକି କୁଅଁର, ଏବଂ ଅନ୍ୟ ମାନଙ୍କ ମଧ୍ୟରୁ ସୋମନାଥ ମାଝୀ, ତ୍ରିଗତ ଯାନୀ, ଶଙ୍କର ଭୋଇ, ଶୁଖା ମାଝୀ, ଗିରିଧାରୀ ପାତ୍ର, ତୁଳସୀ ମାଝୀ, ସରତ ମାଝୀ, ପଦୁ ଭୋଇ, ପ୍ରଦୀପ ଯାନୀ, ମୋତି ଭୋଇ, ଅଗ୍ନି ପାତ୍ର, ଗଣନାଥ ଯାନୀ, ମିଥୁନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!