ଓଡିଶା ଖବର
ଧର୍ମଗଡ଼ ତା ୨୪/୯/୨୫ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ମହା ଆଡମ୍ବର ରେ ପାଳିତ ହେଇ ଯାଇଛି ।

(AKN NEWS):ଧର୍ମଗଡ଼ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ମହା ଆଡମ୍ବର ରେ ପାଳିତ ହେଇ ଯାଇଛି । ଏହି ସଭା ରେ NSS ଅଧିକାରୀ କୁମାରୀ ଅର୍ଚ୍ଚନା ଗୁଚ୍ଛି ସଭାପତିତ୍ଵ ରେ ବରିଷ୍ଠ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି ,ଶ୍ରୀ ସରୋଜ କୁମାର ମେହେର , ପଦ୍ମାଳୟା ଦଣ୍ଡସେନା , ସୁଜାତା ମହାନ୍ତି ଅତିଥି ରୂପେ ଯୋଗ ଦେଇଥିଲେ ।
ଜୀବନ ଯନ୍ତ୍ରଣା ଭିତରେ ସେବା ହିଁ ପ୍ରକୃତ ମାର୍ଗ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ରେ ଅଧ୍ୟାପିକା ଲୁସି ଗଉଡ , କୁମୁଦିନୀ ନାଏକ ,ସନ୍ଧ୍ୟା ବାରିକ , ଝରଣା ପଧାନ ଏବଂ ଲକ୍ଷପତି ନାଏକ ରଜନୀ ନାଏକ,ମମତା ଲହଜଲ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ୍ ଦେଇଥିଲେ ଅଧ୍ୟାପକ ଜୟଦ୍ରଥ ସୁନା ।
ବ୍ୟୁରୋ ରିପୋର୍ଟ AKN NEWS


