ଓଡିଶା ଖବର

ଧର୍ମଗଡ଼ ବ୍ଲକ ସ୍ଥିତ ବେହେରା ଭାରତିୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଏବଂ ଦ୍ଵିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି

(AKN NEWS): ଧର୍ମଗଡ଼ ବ୍ଲକ ସ୍ଥିତ ବେହେରା ଭାରତିୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଏବଂ ଦ୍ଵିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କିଶୋର ଚନ୍ଦ୍ର ଶତପଥି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଙ୍କଜିନି ମାଝୀ ମୁଖ୍ୟ ବକ୍ତା ଭାବେ ବେହେର ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ରୁପେନ୍ଦ୍ର ବାଣୁଆ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷା ସଂଗଠନ ଆୟୋଜକ ଶ୍ରୀ ପଦ୍ମଲୋଚନ ନାଏକ, ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ର ଇଂରାଜୀ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ବେହେରା ଗ୍ରା.ପ. ସରପଞ୍ଚ କୁମୁଦିନୀ ଗଇନ୍ତା ଏବଂ ମୂଷାପାଲି ଗ୍ରା.ପ. ସରପଞ୍ଚ ଅକ୍ଷୟ କୁମାର ନାଏକ ଅନୁଷ୍ଠାନ ର ଶୋଭା ବର୍ଦ୍ଧନ କରିଥିଲେ l ଅତିଥି ମାନେ ଅନୁଷ୍ଠାନ ର ଗୌରବ ଏବଂ ବର୍ତ୍ତମାନ ସ୍ଥିତି ଉପରେ ସୂଚନା ଦେଇ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ତାଙ୍କୁ ଉତ୍ସାହ କରିଥିଲେ l ଛାତ୍ର ଛାତ୍ରୀ ଙ୍କ ପ୍ରତିଭା କୁ ତ୍ଵରାନିତ ଏବଂ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ବାର୍ଷିକ କ୍ରୀଡା ର ଆୟୋଜନ କରିବା ସହ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ଚଳିତ ବର୍ଷ ଶ୍ରେଷ୍ଠ ଶିକ୍ଷକ କଳା ବିଭାଗରେ ଇତିହାସ ଅଧ୍ୟାପକ ଶାନ୍ତନୁ ବାଗ ଏବଂ ବିଜ୍ଞାନ ବିଭାଗରେ ଶ୍ରୀ ରିଙ୍କୁ ଖମାରୀଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ଛାତ୍ର ରୂପେ ଅଶ୍ୱିନ ହାତୀ ଏବଂ ଛାତ୍ରୀ ସସ୍ମିତା ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା l ଶ୍ରେଷ୍ଠ ସ୍ବେଚଛାସେବୀ ଭାବେ ଭୋଲାନାଥ ଧରୁଆ ଏବଂ ନିଲାସ୍କି ତାକ୍ରି ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଅନୁଷ୍ଠାନ ର ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଜୀବ ବିଜ୍ଞାନର ଅଧ୍ୟାପକ ଭାଗ୍ୟବାନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟ କ୍ରମରେ ଅନୁଷ୍ଠାନ ର କର୍ମ କର୍ତ୍ତା ଦେବରାଜ,ରଞ୍ଜିତ,ସୁମନ,ସରିତା,ଦେବେନ୍ଦ୍ର,ଭାସ୍କର,ବସନ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ବେଶ୍ ସହଯୋଗ କରିଥିଲେ l

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!