ଓଡିଶା ଖବର

ଧୋବେଇ ସରକାରୀ ଉନ୍ନିତ ହାଇସ୍କୁଲରେ ବାର୍ଷିକ ଉତ୍ସବ ପାଳିତ ।

(AKN NEWS): ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଧୋବେଇ ଉନ୍ନତି ହାଇସ୍କୁଲରେ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ସେବକ ସୁଶୀଲ କୁମାର ପତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପ୍ତିମନ୍ତ ଭୋଇ, ମଞ୍ଚାସିନ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ରୃଦ୍ରେଶ୍ବର ମେହେର,ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସଂଜୟ ସିଂ ଭୋଇ ବୋଡ଼େନ ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ କ୍ଷଣପ୍ରଭା ପାଣିଗ୍ରାହୀ ତଥା  ମୁଖ୍ୟ ବକ୍ତା ଭାବରେ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ଅଧ୍ୟାପକ ଗୟାଧର ମହାନ୍ତି ଯୋଗଦେଇଥିଲେ । ସର୍ବ ପ୍ରଥମେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା ।ସଭାପତିଙ୍କ ଅଭିଭାଷଣ ପରେ ସେବିକା ଚାରୁଲତା ସିଂ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ବିକାଶ ତଥା ଛାତ୍ରଛାତ୍ରୀମାନଙ୍କ ଅଗ୍ରଗତି ନିମନ୍ତେ ବିଭିନ୍ନ ଯୋଜନା ତଥା ସଫଳତାର ମନ୍ତ୍ର ବିଭିନ୍ନ ଉଦାହରଣ ମାଧ୍ୟମରେ ସମସ୍ତ ଅତିଥି ନିଜସ୍ଵ ଅଭିଭାଷଣରେ ରଖିଥିଲେ । ବିଦ୍ୟାଳୟର ବିଭିନ୍ନ ଆସୁବିଧା ଉପରେ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦୃଷ୍ଟିଆକର୍ଷଣ କରାଯାଇଥିଲା । ଏହା ର ଯଥା ଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଭୋଇ ବାର୍ଷିକ ଉତ୍ସବରେ ପ୍ରତିଶ୍ରୁତି ଦେଇଥିଲେ । ବାର୍ଷିକ କ୍ରୀଡ଼ା ତଥା ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଲେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଆଦିବାସୀ ନୃତ୍ୟ,ଘୁଡୁକା ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରିପାରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଲୋକରଞ୍ଜନ ସୁନାନୀ, ମୋହିତ ମୋହନ ମେହେର, ଭୈରବ ମେହେର,ଲିଲେନ୍ଦ୍ର ହଂସ,ପୃଥିରାଜ ସୁନାନୀ,ମନୋଜ ବରିହା,ହୋହେନ୍ଧ୍ର ଚିନ୍ଦା, ପ୍ରଶାନ୍ତ ବେହେରା, ସହଯୋଗ ପ୍ରଦାନ କରିଥିଲେ। ମଞ୍ଚାପରିଚାଲାନା ସେବକ ପ୍ରଶାନ୍ତ ବେହେରା କରିଥିବାବେଳେ ସେବକ ଲୋକରଞ୍ଜନ୍ ସୁନାନି ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!