ଓଡିଶା ଖବର

ନବରଙ୍ଗପୁର ଜିଲ୍ଲା ଗସ୍ତର ଦିତ୍ୱୀୟ ଦିନରେ କ୍ରୀଡା ଓ ଯୁବସେବା ବିଭାଗ ପ୍ରମୁଖ ଶାସନ ସଚିବ ଙ୍କ ସମିକ୍ଷା ବୈଠକ 

ନବରଙ୍ଗପୁର ତା ୧୫.୧୦.୨୦୨୪(AKN NEWS): ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସକାଳ ୯.୦୦ ଘ ସମୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ନାୟକ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦର ୱାନ ,ଅତିରିକ୍ତ ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ଯଦୁମଣି ନାୟକ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯକ୍ଷ୍ମା ନିରାକରଣ,ନିରାମୟ,ନିଦାନ, ସ୍ଵଚ୍ଛ ଭାରତ ମିଶନର ଶୌଚାଳୟ ନିର୍ମାଣ ଲକ୍ଷ୍ୟଧାର୍ଯ୍ୟ,ପରିମଳ, ଲିଚପିଟ, ବର୍ଜ୍ୟପଦାର୍ଥ ପରିଚାଳନା, ଗ୍ରାମ୍ୟ ଆବାସ ଓ ମନରେଗା ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ ପୁରଣ, ଗ୍ରାମରେ ସମସ୍ତ ବାସଗୃହକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ଲକ୍ଷ୍ୟ, ପି ଏମ ଶ୍ରୀ ସ୍କୁଲ, ସାକ୍ଷରତା ହାର,ସୁଭଦ୍ରା ଯୋଜନା,ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା, ପୋଷଣ ଅଭିଯାନ,ହଷ୍ଟେଲ ନିର୍ମାଣ,ରବି ଧାନ ସଂଗ୍ରହଣ,ଦାଦନ ଶ୍ରମିକ ,ଶିଳ୍ପ ସ୍ଥାପନ,ଜିଲ୍ଲା ପରିବହନ ବିଭାଗର ଏ ଡି ଟି ଏସ, ଏ ଟି ଏସ,ସଡ଼କ ସୁରକ୍ଷା ଆଇନ ଉଲ୍ଲଘଂନ ଫାଇନ୍ ,ଓଡ଼ିଶା ଜୀବିକା ମିଶନ ଉପରେ ସଂପୃକ୍ତ ଅଧିକାରୀ ଙ୍କୁ ପ୍ରଶ୍ନ ପଚାରି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଆନ୍ତରିକ ଉଦ୍ୟମ ଓ ଦାୟିତ୍ଵ ନିର୍ବାହ ସହ ସରକାରୀ ଯୋଜନା ର ସୁଫଳ ଯେଭଳି ଜନ ସାଧାରଣଙ୍କୁ ମିଳିବ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!