ଓଡିଶା ଖବର

ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅନୁଦାନ ରାଶି ପ୍ରଦାନ |

ନବରଙ୍ଗପୁର ( AKN NEWS):ଚଳିତ ମାସ 19ତାରିଖରେ ନବରଙ୍ଗପୁର ଜିଲ୍ଲାର ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର (ଓ଼, ୟୁ, ଡବଳୁ, ଜେ,)ଜଣେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବି ହରିହର ଶତପଥୀଙ୍କ ଧର୍ମପତ୍ନୀ ଶ୍ରୀମତୀ କୁନ୍ତଳ କୁମାରୀ (53)ଙ୍କ ସ୍ୱର୍ଗବାସ ହୋଇଥିଲା |ଏହି ଦୁଖଦଃ ଖବର ଶୁଣି ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ନବରଙ୍ଗପୁର ଗଭୀର ଦୁଃଖ ପ୍ରକାଶ କରିବା ସହିତ ସ୍ୱର୍ଗବାସୀ କୁନ୍ତଳ କୁମାରୀଙ୍କ ଅମର ଆତ୍ମାର ସଦଗତି ପାଇଁ ସମସ୍ତେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ |ସଙ୍ଘର କିଛି କର୍ମକର୍ତ୍ତା ଶତପଥୀଙ୍କ ବାସ ଭବନରେ ପହଂଚି ତାଙ୍କୁ ସମବେଦନା ଜଣେଇବା ସହିତ ତାଙ୍କୁ ସାନ୍ତ୍ୱନା ଦେଇଥିଲେ |ତତ ସହିତ ନବରଙ୍ଗପୁର ଜିଲ୍ଲା ଜର୍ଣ୍ଣାଲିଷ୍ଟ ୱେଲଫେୟାର ଟ୍ରଷ୍ଟ ଫାଣ୍ଠିରୁ ଶୁଦ୍ଧିକ୍ରିୟା ନିମନ୍ତେ 5000(ପାଞ୍ଚ ହଜାର ଟଙ୍କା )ପ୍ରଦାନ କରାଯାଇଥିଲା |ପ୍ରକାଶ ଥାଉକି, ଏହି ଟ୍ରଷ୍ଟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମଧ୍ୟରୁ କୌଣସି ସଦସ୍ୟ ଯଦି କୌଣସି ବି ଅଘଟଣ ଘଟେ, ତେବେ ସାହାଯ୍ୟର ହାତ ବାଡେଇବା ସହିତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ ସଂଗଠନ ପ୍ରତିଶ୍ରୁତିବଦ୍ଧ ବୋଲି ସଂଘର ସଭାପତି ଶ୍ରୀ ଶେଖର ଖୁରା ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ଙ୍କ ସହ ଶ୍ରୀ ହିମାଂଶୁ ଶେଖର ବାଘ,ପ୍ରକାଶ କରିଛନ୍ତି |ଏହି ଅନୁଦାନ ରାଶି ପ୍ରଦାନ ସମୟରେ ଓ଼, ୟୁ, ଡବଳୁ, ଜେ, ୟୁନିଟ ର ସାମ୍ବାଦିକ ଶ୍ରୀ ଲଷ୍ମୀ ଚନ୍ଦ୍ର ଟାକ୍ରୀ, ରଞ୍ଜିତ ନାୟକ, ନରସିଙ୍ଗ ବାଘ, ତପନ ଦାସ, ସବ୍ୟସାଚି ଭରତୀୟା, ରସିତ ସରକାର, କେନରାମ ବିଶ୍ୱାସ, ମୋନଜ କୁମାର ବାଘ, ଶ୍ରୀ ନିବାସ ରାଓ, ସୁଦାମ ମିଶ୍ର ଙ୍କ ସହ ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!