ଓଡିଶା ଖବର

ନବରଙ୍ଗପୁର ଜିଲ୍ଲା ମତ୍ସ୍ୟବିଭାଗ ତରଫରୁ କୃଷକ ସଚେତନତା ସହ ତାଲିମ କାର୍ଯ୍ୟକ୍ରମ 

(AKN NEWS): ନବରଙ୍ଗପୁର ଜିଲ୍ଲା ମତ୍ସ୍ୟବିଭାଗ ତରଫରୁ ସ୍ଥାନୀୟ ଦଶହରପଦା ଜିଲ୍ଲା କାର୍ଯ୍ୟାଳୟରେ କୃଷକ ସଚେତନତା କୃଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସଦର ବିଧାୟକ ଶ୍ରୀ ଗୌରିଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକମାନେ ନିଜେ ସ୍ୱାବଲମ୍ବୀ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ତଥା ଜିଲ୍ଲା ପଶୁସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇ ସରକାରଙ୍କ ପ୍ରଦତ୍ତ ଅନେକ ଯୋଜନା ଓ ଉନ୍ନତ ଯନ୍ତ୍ରପାତି ଓ କୃଷିପ୍ରଣାଳୀ ବିଷୟରେ ଆଲୋକପାତ କରିଥିଲେ, ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ କୃଷକ ଯୋଗଦେବା ସହ ନିଜ ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!