ଓଡିଶା ଖବର

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ପାଳନ 

ନବରଙ୍ଗପୁର (AKN NEWS):ଆଜି ଜିଲ୍ଲା ସ୍ତରୀୟ ୮ ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳନ ଅବସର ରେ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ)ବିଶ୍ଵଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠୀ,ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଳକା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରପୌଦୀ କହଁର , ଡି ଏସ ଏସ ଓ ସୁଧାଂଶୁ ପାତ୍ର,ଡି ସି ପି ଓ,କୃଷି ଅଧିକାରୀ ,ଜିଲ୍ଲା ସ୍ତରୀୟ ଅଧିକାରୀ, ଡି ପି ସି (ମମତା),ମିଶନ ଶକ୍ତି ଅଧିକାରୀ, ସି ଡି ପି ଓ ,ଅଙ୍ଗନବାଡି କର୍ମୀ,ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ। ଡି ଏସ ଡବ୍ଲୁ ଓ ଦ୍ରୌପଦୀ କହଁର ୮ମ ରାଷ୍ଟ୍ରୀୟ ପୋଷଣ ମାହ ପାଳନ ବିଷୟ ରେ ଅବଗତ କରାଇଥିଲେ ଏବଂ ନିଜ ବକ୍ତବ୍ୟରେ ମୋଟା ପଣ ର ପ୍ରତିରୋଧ ପାଇଁ ଚିନି , ତେଲ କାମ ଖାଇବା ଉପରେ ନିୟନ୍ତ୍ରଣ, ବାଲ୍ୟବସ୍ତା ରୁ ଉପଯୁକ୍ତ ପୋଷଣ ସହିତ ଶିକ୍ଷା ,ଛୋଟ ପିଲା ଓ ବାଳକ ବାଳିକା ମାନଙ୍କ ପାଇଁ ସୁଷମ ଖାଦ୍ୟ,ପୋଷଣ ଯୁକ୍ତ ଖାଦ୍ୟ ବ୍ୟବସ୍ଥା ରେ ପୁରୁଷ ମାନଙ୍କର ଅବଦାନ ,ସ୍ଥାନୀୟ ଅଞ୍ଚଳ ରେ ମିଳୁଥିବା ଖାଦ୍ୟ କୁ ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇ ଥିଲେ।ଏ ଡି ପି ଏଚ ଓ ଡ ତ୍ରିପାଠୀ ପୋଷଣ ମାସ ସହ ସୁସ୍ଥ ନାରୀ ସସକ୍ତ ପରିବାର ଅଭିଯାନ ୧୭ ସେପ୍ଟେମ୍ବର ରେ ଶୁଭାରମ୍ଭ କରା ଯାଇଛି ଏଥିରେ ମହିଳା ମାନଙ୍କର ରକ୍ତଚାପ , ମଧୁମେହ, କ୍ୟାନ୍ସର ପରି ରୋଗ ର ପରୀକ୍ଷା କରାଯାଉଛି ,ରକ୍ତହୀନତା(ନିମୋନିଆ) ଯକ୍ଷ୍ମା ଏବଂ ସିକିଲ ସେଲ ପରୀକ୍ଷା, ଗର୍ଭବତୀ ମହିଳା ମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଶିଶୁ ମାନଙ୍କ ପାଇଁ ଟୀକାକରଣ, କିଶୋରୀ ଝିଅ ମାନଙ୍କର ମାନସିକ ସ୍ଥିତି ପାଇଁ କାଉଁନସେଳିଂ କରାଯାଉଅଛି ଓ ମେଡିକାଲ ରେ ଏକ ୟୁନିଟ ଖୋଲା ଯାଇଛି ବୋଲି କହିଥିଲେ।କୃଷି ଅଧିକାରୀ ଅନିଲ ପ୍ରହରାଜ ବାଡି ବଗିଚା ରେ କିଚେନ୍ ଗାର୍ଡେନ କରନ୍ତୁ ଓ ମାଣ୍ଡିଆ ଜାତୀୟ ଖାଦ୍ୟ ସାମିଲ କରନ୍ତୁ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ନାରୀମାନଙ୍କର ସୁସ୍ଥ ଶରୀର ସହ ସମାଜର ଉନ୍ନତି ପାଇଁ ପୁରୁଷଙ୍କ ସହଭାଗିତା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!