ଓଡିଶା ଖବର

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା

ନବରଙ୍ଗପୁର(AKN NEWS ):ସମସ୍ତ ପ୍ରକାର ବୃତ୍ତି ଓ କାର୍ଯ୍ୟରେ ଶିଶୁ ଶ୍ରମିକ ନିରାକରଣ କରିବାପାଇଁ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଆଜି ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ( ରେଭିନୁ) ବିଶ୍ବଜିତ ବର୍ମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାଟି ନବରଙ୍ଗପୁର ସହରର ଆମ୍ବେଦକର ଛକରୁ ଆରଂଭ ହୋଇ ଚାଉଁରିଆଗୁଡା ଛକ ପର୍ଯ୍ୟନ୍ତ କୌଣସି କର୍ମ, ବ୍ୟବସାୟିକ, ବୃତ୍ତି ରେ ୧୫ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁ ଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନ କରିବାକୁ ଏବଂ ୧୫ ରୁ ୧୮ ବର୍ଷ ବୟସ ର କିଶୋର ଙ୍କୁ ବିପଦ ସଂକୁଳ ବୃତ୍ତିରେ ନିୟୋଜନ ନ କରିବା ଉପରେ ବିଭିନ୍ନ ସ୍ଲୋଗାନ ପୋଷ୍ଟର ଓ ପ୍ରଚାର ପତ୍ରିକା ମାଧ୍ୟ୍ୟମରେ ସାଧାରଣ ଲୋକ ତଥା ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନଙ୍କୁ ସଚେତନତା ବାର୍ତା ଦିଆଯାଇଥିଲା।ଏହି ସଚେତନତା ଶୋଭାଯାତ୍ରା ରେ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ୍ୟା ଅଜନ୍ତା ସୁଭଦର୍ଶିନୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ବିଭିନ୍ନ ଶ୍ରମିକ ସଂଘ ର କର୍ମକର୍ତା ପରମେଶ୍ୱର ବିଶୋଇ, ଖଗେଶ୍ୱର ବିଶୋଇ, ବେସରକାରୀ ସଂଘ ର ସଦସ୍ୟ ଉମା ସତାନାମୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରୋଜେକ୍ଟ ଏସୋସି ଏଟ, ପ୍ରଭାସିନୀ ପଟ୍ଟନାୟକ ଓ ଅନ୍ୟ ଟ୍ରେଡ ୟୁନିଅନ କର୍ମକର୍ତା ମାନଙ୍କ ମଧ୍ୟରେ ସୁଜିତ ହିଆଲ, ସାହିଲ ଭତରା, ସଲମାନ ନାଗ, ବିପିନ ନାଗ, ଦେବରାଜ ଗୌଡ଼ ଓ ଟ୍ରେଡ ୟୁନିଅନ ସଭ୍ୟ/ସଭ୍ୟାମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ !

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!