ଓଡିଶା ଖବର

ନବରଙ୍ଗପୁର ଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରଥ ର ଶୁଭାରମ୍ଭ ଓ ଶୋଭାଯାତ୍ରା ।

ନବରଙ୍ଗପୁର(AKN NEWS): ତା ଦିବା୧୦.୩୦ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନ ରଥ ଓ ଶୋଭାଯାତ୍ରା କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଡକ ସୁରକ୍ଷା କମିଟି , ନବରଙ୍ଗପୁର ଡ଼ା ଶୁଭଂକର ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି ରଥ ଜିଲ୍ଲାର ସମସ୍ତ ଜନସଧାରଣଙ୍କୁ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରେରଣ କରିବାସହ ଦୁର୍ଘଟଣା ହାର କୁ କମାଇବାରେ ସାହାଯ୍ୟ କରିବ ।

ଏହି ଅବସର ରେ ଏକ ଶୋଭାଯାତ୍ରାରେ ଆର୍ ସି ଡି ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ସହ ବାଙ୍ଗାଲୋର ଆର୍ ଟି ଓ,ଏମ ଭି ଆଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଡି ଆଇ ପି ଆର୍ ଓ, ଡି ଡବ୍ଲୁ ଓ,ପୋଲିସ ଓ ପରିବହନ ବିଭାଗ ର ଅଧିକାରୀ, ସହରର ବୁଦ୍ଧିଜୀବୀ ସାମିଲ ହୋଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ପ୍ରସାର କରିଥିଲେ। ଏହି ଏଲ ଇ ଡି ଟିଭି ଯୁକ୍ତ ସଡକ ସୁରକ୍ଷା ସଚେତନ ରଥ ଆସନ୍ତା ୭.୧.୨୦୨୫ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଓ ମୁଖ୍ୟ ଗ୍ରାମ ଗୁଡିକୁ ଗସ୍ତ କରି ଜିଲ୍ଲା ର ସମସ୍ତ ନାଗରିକ ମାନଙ୍କ ମଧ୍ୟରେ “ସଡକ ସୁରକ୍ଷା ଓ ପରିବାର ରକ୍ଷା “ ର ବାର୍ତ୍ତା କୁ ଗୁରୁତ୍ଵ ପ୍ରଦାନ କରି ଜିଲ୍ଲାରେ ଘଟୁଥିବା ସଡକ ଦୁର୍ଘଟଣା ରୋକିବା ପାଇଁ ଏହା ବେଶ ସହାୟକ ହେବ ।

ଆଞ୍ଚଳିକ ପରିବହନ ଅଧିକାରୀ ଜୀତେନ୍ଦ୍ର ଭୋଇଙ୍କ ତତ୍ତ୍ଵାବଧାନରେ ଏହି ସମୟରେ ଜିଲ୍ଲାରେ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯିବା ସହ ବିଶେଷ କରି ହେଲମେଟ ଓ ସିଟବେଲ୍ଟ ବାଧ୍ୟତାମୂଳକ ବ୍ୟବହାର, ଦ୍ରୁତ ଗତିରେ , ବିନା ଲାଇସେନ୍ସ ରେ,ମୋବାଇଲ ବ୍ୟବହାର ସହ ଗାଡି ଚାଳନା,କମ୍ ବୟସ୍କ ଗାଡ଼ି ଚାଲକଙ୍କୁ ଫାଇନ୍, ଭାରି ଯାନ ଗାଡ଼ି ଚାଳକ ଙ୍କ ଚକ୍ଷୁ ପରୀକ୍ଷା କୁ ଗୁରୁତ୍ବ ଦିଆଯିବ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!