ଓଡିଶା ଖବର

ନିର୍ଯାତନା ଆଇନ କୁ ଦୁର୍ବଳ କରିବା ଷଡଯନ୍ତ୍ର ବିରୁଦ୍ଧରେ ବିଧାୟକ ଙ୍କୁ ଦାବିପତ୍ର.

(AKN NEWS): ଗତ 30 ତାରିଖ ଦିନ ଓଡିଶା ରାଜ୍ୟ ସରକାର ଆଦିବାସୀ ଓ ଦଳିତ ନିର୍ଯାତନା ଆଇନ ଉପରେ ଏକ ସଂଶୋଧନ ଜାରି କରିଛନ୍ତି. ପୂର୍ବରୁ ଏହି ଆଇନ ଅନୁସାରେ ତଦନ୍ତ ଅଧିକାରୀ ଭାବରେ ଡ଼ିଏସପି କିମ୍ବା ତଦୁର୍ଦ୍ଧ ରେଙ୍କ ର ଅଧିକାରୀ ରହୁଥିଲେ, ହେଲେ ବର୍ତମାନ ଗୃହ ବିଭାଗ ଦ୍ୱାରା ଜାରି କରିଥିବା ଵିଜ୍ଞାପନ ଅନୁସାରେ ଉକ୍ତ ଦାଇତ୍ୱ ଇନ୍ସପେକ୍ଟର କିମ୍ବା ସବ ଇନ୍ସପେକ୍ଟର କରିବେ. ଏଭଳି ହେଲେ ଉକ୍ତ ଆଇନ ର ଗୁରୁତ୍ୱ କମିଯିବ. ଢିଲା ତଦନ୍ତ ବ୍ୟବସ୍ଥା ହେତୁ ଦୋଷୀ ମାନେ ଅଦାଲତରୁ ଖସି ଯିବାର ପୂର୍ଣ୍ଣ ସମ୍ଭାବନା ରହିଛି. ତଳ ସ୍ତରରେ ତଦନ୍ତ ଅଧିକାରୀ ମାନେ ସହଜରେ ଅନ୍ୟ ମାନଙ୍କ ଦ୍ୱାରା ପ୍ରଭାବିତ ହେବେ.

ଫଳରେ ପୀଡିତ ମାନେ ଅଦାଲତ ରୁ ନ୍ୟାୟ ପାଇବାର କମ ସମ୍ଭାବନା ଅଛି ବୋଲି ଆଜି ମୂଳନୀବାସୀ ବହୁଜନ ମିଳିତ ମହାସଂଘ, ଜିଲ୍ଲା ଆଦିବାସୀ ସଂଘ, aoscf, ଆଦି ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କୁ ଭେଟି ଏଭଳି ଅଭିଯୋଗ କରିଛନ୍ତି. ତାଙ୍କୁ ଦିଆଯାଇଥିବା ଦାବୀ ପତ୍ରରେ ସରକାର ଙ୍କୁ ଏହି ଦଳିତ ଆଦିବାସୀ ସ୍ୱାର୍ଥ ବିରୋଧୀ ନୀତି କୁ ସମାଲୋଚନା କରି ସେମାନେ ଆଗାମୀ ଦିନରେ ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆମେ ସମସ୍ତେ ରାଜ ରାସ୍ତା କୁ ଆସିବୁ ବୋଲି ଚେତାବନୀ ଦିଆଯାଇଛି. ଏହି ଆଇନ ଏକ କେନ୍ଦ୍ରୀୟ ଆଈନ.

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!