ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡ଼ା ଏବଂ ଶିଆଳଲଟି ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ନୂଆପଡା :୧୯.୧୨ ,(AKN NEWS ):ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡ଼ା ଏବଂ ଶିଆଳଲଟି ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହେଉଅଛି। ଦର୍ଲିପଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ରଞ୍ଜିତ ଶୁନାନୀ ବିକଶିତ ରଥକୁ ସ୍ବାଂଗତ କରିଥିବା ବେଳେ ଏଲ ଇ ଡି ଦ୍ବାରା କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ଉପରେ ପଞ୍ଚାୟତ ବାସୀ ଅବଗତ କରିଥିଲେ।କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ଲାଭ ନେବା ପାଇଁ ଜନ ସାଧାରଣ ଙ୍କୁ ଅତିଥି ମାନେ ଆହ୍ବାନ କରିଥିଲେ।
ବିକଶିତ ଭାରତ ସଂକଳ୍ପ ଯାତ୍ରା କେନ୍ଦ୍ର ପର୍ଯ୍ୟବେକ୍ଷକ ବିଶ୍ୱଜିତ୍ ଦାସ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୯ ବର୍ଷ ର ଉପଲବ୍ଧି ଉପରେ ଗୁରୁତ୍ବ ଦେଇଥିଲେ। ୪ କୋଟି ଲୋକଙ୍କୁ ଆବାସ ଯୋଜନା ରେ ଘର ପ୍ରଦାନ, ୧୧ କୋଟି ଚାଷୀ ଙ୍କୁ କୃଷକ ସମ୍ମାନ ନିଧି ଯୋଜନା ସାମିଲ, ୧୩ କୋଟି ଲୋକଙ୍କୁ ମାଗଣା ଗ୍ୟାସ, ୧୩ କୋଟି ଲୋକଙ୍କୁ ଘର ସମ୍ମୁଖରେ ପାନୀୟ ଜଳ, ୫୦ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଭୁକ୍ତ କରିଛନ୍ତି।
୮୦ କୋଟି ଲୋକଙ୍କୁ ରାସନ ରାସନ କାର୍ଡ ପ୍ରଦାନ କରିଛନ୍ତି। ସେହିପରି ୧୪୦ କୋଟି ଲୋକଙ୍କୁ ମାଗଣା କେଭିଡ଼ ଟୀକାଦାନ ପ୍ରଦାନ କରିଛନ୍ତି। ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ କରି ସ୍ବାସ୍ଥ୍ୟ ପରୀକ୍ଷା, ସମନ୍ବିତ ଶିଶୁ ମହିଳା ବିକାଶ ବୁଝାଇଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


