ଓଡିଶା ଖବର

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

କୋକସରା,୨୫/୧(AKN NEWS): ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ପଞ୍ଚାୟତ ସ୍ତର ମାନଙ୍କରେ ହେଉଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ଶିବିର କୋକସରା ବ୍ଳକର ପ୍ରତିଟି ପଞ୍ଚାୟତ ମାନଙ୍କରେ ହୋଇ ଆସୁଛି । ସେହି ପରି ଶୁକ୍ରବାର ଫୁପଗାଁ ପଞ୍ଚାୟତ ସରପଞ୍ଚ  ଗଜାନନ ପୁଝାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଏହି କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହଁ ପ୍ରଭା ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ , କନ୍ଦା ବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଫେଦ ନାଗ, ପ୍ରମୁଖ ମଞ୍ଚାଶୀନ ହୋଇ ଥିଲେ । କୃଷି ସୂଚନା ଓ ସମ୍ପର୍କ, ଅଙ୍ଗନୱାଡି, ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କିଙ୍ଗ ସେବା ଭଳି ଥିବା ବିଭିନ୍ନ ଷ୍ଟଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ମୂଳକ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା lଏହି କ୍ରମରେ ଛାତ୍ର ଛାତ୍ରୀ ଓ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ମାନେ ଲୋକଙ୍କୁ ମନୋରଞ୍ଜନ କରିଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜାଫେଦ ନାଗ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲାବେଳେ ମଞ୍ଚକୁ ଲକ୍ଷ୍ମଣ ପଟେଲ ପରିଚାଳନା କରିଥିଲେ l ଶିବିର ରେ ସିଆରପି, ଏମବିକେ, ମିଶନ ଶକ୍ତି  ମହିଳାମାନଙ୍କ ସହିତ ଶତାଧିକ ମହିଳା ଓ ଜନସାଧାରଣ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଉତ୍ସାହିତ ହୋଇଥିଲେ ।

କୋକସରା ବ୍ଲକ ରୁ ତୁଷାର ରଂଜନ ରାଉତ ଙ୍କ ରିପୋର୍ଟ ଏକେନ୍ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!