ପଦ୍ମପୁର ନିକଟସ୍ଥ ଫଟାମୁଣ୍ଡା ଗ୍ରାମରେ ଗୋସ୍ୱାମୀ ବ୍ରାହ୍ମଣ ମାନଙ୍କର ସାମୁହିକ ବ୍ରତୋପନୟନ ହୋଇଥିଲା ।

(AKN NEWS): ଗତ ୩୧ । ୩। ୨୦୨୫ରେ ପଦ୍ମପୁର ନିକଟସ୍ଥ ଫଟାମୁଣ୍ଡା ଗ୍ରାମରେ ଗୋସ୍ୱାମୀ ବ୍ରାହ୍ମଣ ମାନଙ୍କର ସାମୁହିକ ବ୍ରତୋପନୟନ ହୋଇଥିଲା । ଏଥିରେ ୧୪ଜଣ ବାଲକଙ୍କର ଯଥା ମୋହନ ଗିରି,ପପୁ ଗିରି, ଗିରିଶ ଗିରି, ବିନୟ,ଅମନ୍,ହିତେଶ, ଦେବ, ଦିଗପାଳ, ଧର୍ମେନ୍ଦ୍ର, ଉତ୍ତମ, ସୁନିଲ,ରାଜକୁମାର ଇତ୍ୟାଦି ଙ୍କର ଉପନୟନ ସଂସ୍କାର ହୋଇଥିଲା । ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ମହାସଭା ସୁଦୁର ପୁରୀ ଠାରୁ ଦଶଜଣ ପଣ୍ଡିତ ଆସି ଉକ୍ତ ସଂସ୍କାର କାର୍ୟ୍ଯକ୍ରମକୁ ସମ୍ପାଦନ କରିଥିଲେ । ପଣ୍ଡିତ ବିଷ୍ଣୁ ଚରଣ ଭାରତୀ, ପଣ୍ଡିତ ଅମୁଲ୍ଯ ପୁରୀ, ପଣ୍ଡିତ ଗଙ୍ଗାଧର ଗିରି ଏବଂ ପଣ୍ଡିତ ପାନା ଦାସଙ୍କ ଇତ୍ୟାଦିଙ୍କ ମନ୍ତ୍ର ଧ୍ବନିରେ ଯଜ୍ଞ ସ୍ଥଲ ପ୍ରକମ୍ପିତ ହୋଇଥିଲା ।
ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ରେ ୧୪ଜଣ ବ୍ରହ୍ମଚାରୀ ମାନଙ୍କର ରୋସାଣି ଯାତ୍ରା ଏକ ମନୋରମ ଦ୍ରୁଶ୍ୟ ଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଜଗବନ୍ଧୁ ଗିରି, ପ୍ରସନ୍ନ ଗିରି, ଜୟନ୍ତ ପୁରୀ, ଭାଗିରଥି ପୁରୀ, ଗୌରିଶଙ୍କର ଗିରି, ବାସୁଦେବ ଗିରି, ସୁଦାମ ଗିରି,ବିଚିତ୍ର ପୁରୀ,ସରୋଜ ଗିରି,ଦୁର୍ଯୋଧନ ଗିରି,ଆଦିକନ୍ଦ ମେହେର, ଭାରତ ଲରିଆ ଇତ୍ୟାଦି ଙ୍କ ତତତ୍ଵାବଧାନରେ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।
ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS


