ପରମାଣପୁର ରେ ଆରମ୍ଭ ହେଲା ଧନୁଯାତ୍ରା ମହୋତ୍ସବ

(AKN NEWS): ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ଠାରେ ଧନୁଯାତ୍ରା ଆରମ୍ଭ ହୋଇଯାଇଛି । ଦଶଦିନ ଯାଏଁ ହେବାକୁ ଥିବା ଏହି ଧନୁଯାତ୍ରାକୁ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ମାନେଶ୍ବର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ମିଶ୍ର, ପାଖ ଆଖ ପାଞ୍ଚ ଖଣ୍ଡ ପଞ୍ଚାୟତ ର ସରପଞ୍ଚ, ଧନୁଯାତ୍ରା ର କାର୍ଯ୍ୟକାରୀ ସଭାପତି ତଥା ପରମାଣପୁର ସରପଞ୍ଚ ମହେନ୍ଦ୍ର ନାଥ, ନାଟ୍ୟ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ମିଶ୍ର, ଉପଦେଷ୍ଟା କାହ୍ନୁଚରଣ ନାଥ, ଉଜାଗର ବାରିକ ଦେବେନ୍ଦ୍ର ନାଥ ଓ ଭାବରେ ସଭାପତି ସୁରେନ୍ଦ୍ର ବାରିକ ମଞ୍ଚରେ ଉପସ୍ଥିତ ଥିଲେ ।
ସମ୍ପାଦକ ଭାବରେ ଦିବ୍ୟକୁମାର ମିଶ୍ର ସମ୍ପାଦକୀୟ ପାଠ କରିଥିଲେ। ମହେନ୍ଦ୍ର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ନରେନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ ଦେବତାମାନଙ୍କ ବିଷ୍ଣୁ ସ୍ତୁତି, ଇନ୍ଦୁମତୀ ହରଣ, ଦେବ ଦର୍ଶନ ଆଦି ବିଷୟବସ୍ତୁ ଉପସ୍ଥାପନ ହୋଇଥିଲା ।
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରମାଣପୁର ର ଛାତ୍ରଛାତ୍ରୀ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପାୟଲ ଡାନ୍ସ ଗୃପର କାଳକାରମାନେ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ସମ୍ବଲପୁର ଉପଖଣ୍ଡ ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ AKN NEWS


