ପରିବର୍ତ୍ତନ ଫାଉଣ୍ଡେସନର ସଭ୍ୟ ମାନେ ସବୁଜ ନବରଙ୍ଗପୁର ଜିଲ୍ଲା ଗଠନ ନିମନ୍ତେ ଅଣ୍ଟା ଭିଡ଼ିଲେ

ନବରଙ୍ଗପୁର(AKN NEWS):ପରିବର୍ତ୍ତନ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ସଭାପତି ନିନିବାବୁ ତ୍ରିପାଠୀଙ୍କ ଆହ୍ଵାନ କ୍ରମେ ନବରଙ୍ଗପୁର ଜିଲ୍ଲା ଭତରା ସିଉନି ମନ୍ଦିର ନିକଟ ରାସ୍ତାରେ ପରିବର୍ତ୍ତନ ଫାଉଣ୍ଡେସନ ର ସଭ୍ୟ ଙ୍କ ଦ୍ଵାରା ସବୁଜନବରଙ୍ଗପୁର ଗଠନ ନିମନ୍ତେ ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ ସଂଗଠନ ର ଉପଦେଷ୍ଟା ତଥା ଜିଲ୍ଲା ଓକିଲ ସଂଘର ସଭାପତି ସିରାଜୁଦ୍ଦିନ ଯୋଗ ଦେଇ ବୃକ୍ଷ ରୋପଣ କରିବା ଦ୍ଵାରା ପରିବେଶ ସନ୍ତୁଳନ ରହିବ କହିଥିଲେ ସେହିପରି ଅନ୍ୟତମ ଉପଦେଷ୍ଟା ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଯୁବ ସମାଜ ଆଗେଇ ଆସିଲେ ପରିବର୍ତ୍ତନ ଫାଉଣ୍ଡେସନର ଲକ୍ଷ ସବୁଜ ନବରଙ୍ଗପୁର ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ, ଉପଦେଷ୍ଟା ତଥା ଅଧ୍ୟାପକ ଅଖିଳ ଭଟ୍ଟ ଯୋଗ ଦେଇ ସୁନ୍ଦର ପରିବେଶ ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ ବୋଲି କହିଥିଲେ।
ଯଦି କୌଣସି ସଂଘଠନ ବୃକ୍ଷ ରୋପଣ କରିବାକୁ ଚାହାନ୍ତି ତେବେ ପରିବର୍ତ୍ତନ ଫାଉଣ୍ଡେସନ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନ ର ମୁଖ୍ୟ ନିନୀବାନୁ ତ୍ରିପାଠୀ ଘୋଷଣା କରିଥିଲେ। ବର୍ଷା ସତ୍ବେ ଫାଉଣ୍ଡେସନ ର ସଭ୍ୟ ମାନେ ୨୦୦ ରୁ ଅଧିକ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଧୀର କୁମାର ସିଂ,ଅଭିନାଶ ମହାପାତ୍ର,ଲିଙ୍ଗରାଜ ମିଶ୍ର ,ଚନ୍ଦନ ଗୌଡ , ଅଭିଲାଶ ନାୟକ ,ଟୁକୁନା ବେହେରା ,ଅନିଲ ପୂଜାରୀ ,ଆଲୋକ ସାହୁ, ସୋମେଶ ଖୋରା ,ସୁମିତ ପାଳ, ଜି ଭି ବି ରବି ପ୍ରସାଦ ,ବିକ୍ରମ ଦାସ ,ଫାଲଗୁନି ପାତ୍ର ,ସୁନୀଲ ନାୟକ ,ଅଜିତ ନାୟକ,ଦେବରାଜ ଖୋଞ୍ଜା, ମକରା ମାଝୀ,ପ୍ରଫୁଲ ସିଂ, ରାଜୀବ ପ୍ରଧାନ,ସିତୁ ଦାସ, ମଣି,ରାଜନ ତ୍ରିପାଠୀ ,ବିକି ଜେନା ,ରାକିବ ଖାନ .ଏମ.ପ୍ରଶାନ୍ତ , ଶୀତଳ ପାଣିଗ୍ରାହୀ, କୃଷ୍ଣ ତ୍ରିପାଠୀ, ରାହୁଲ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସାଥେ କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ। ଏହି ଅବସରରେ ସଙ୍ଘର ଅନ୍ୟତମ ଉପଦେଷ୍ଟା ସ୍ୱର୍ଣ୍ଣଲତା ପଟ୍ଟନାୟକ, ପି. ଭେଙ୍କଟ ଏବଂ ମୁଖ୍ୟ ଉପଦେଷ୍ଟା ତଥା ସମାଜ ସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଶୁଭେଛା ଜଣାଇଛନ୍ତି।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


