ଓଡିଶା ଖବର

ପର୍ଯ୍ୟବେକ୍ଷକ ମାନଙ୍କର ବିବିଧ କାର୍ଯ୍ୟ ର ସମୀକ୍ଷା

ପୁରୀ ୯/୫(AKN NEWS): ପୁରୀ ଜିଲ୍ଲାରେ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା, ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି।ଭାରତର ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କାର୍ଯ୍ୟକ୍ରମ ର ଅନୁଧ୍ୟାନ ପାଇଁ ଜିଲ୍ଲା କୁ ଆସିଥିବା ପର୍ଯ୍ୟବେକ୍ଷକ ମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରୁଛନ୍ତି।ଆଜି ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ କେନ୍ଦ୍ରୀୟ ବିଦ୍ୟାଳୟ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟ ରେ ହୋଇ ଥିବା ଇଭିଏମ ଷ୍ଟ୍ରଙ୍ଗ ରୁମ କୁ ଅନୁଧ୍ୟାନ କରିଥିଲେ। ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନପାଲ ସିଂ ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରା ଚେକପୋଷ୍ଟ ରେ ପହଞ୍ଚି ଦାୟିତ୍ୱ ରେ ଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।ପରେ ପିପିଲି ଥାନା ଓ ପିପିଲି ବ୍ଲକ ପରିଦର୍ଶନ କରିଥିଲେ।ବ୍ଲକ ରେ ବିଡିଓ, ତହସିଲଦାର, ଏନ ଏ ସି ନିର୍ବାହୀ ଅଧିକାରୀ,ଥାନା ଅଧିକାରୀ ଓ ନିର୍ବାଚନ ଧରପଗଡ଼ ରେ ସାମିଲ ଥିବା ବିବିଧ ଟିମ ମାନଙ୍କ ସହ ଆଲୋଚନା କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!