ଓଡିଶା ଖବର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଟାର୍ଗେଟ କିରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର (AKN NEWS): ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଟାର୍ଗେଟ କରିଛନ୍ତି l ବର୍ତମାନ ମମତା ବାନାର୍ଜୀଙ୍କ ବୟାନକୁ ନେଇ ତେଜୁଛି ବିବାଦ। ମୋଦୀଙ୍କ ଉଦ୍ଦେଶ୍ୟରେ ମମତା କହିଥିଲେ ଯେ ପଶ୍ଚିମବଙ୍ଗରେ ନିଆଁ ଜଳିଲେ ଏଥିରେ ଅନ୍ୟ ରାଜ୍ୟ ମଧ୍ୟ ପ୍ରଭାବିତ ହେବ। ବିଜେପି ଯଦି ଏପରି ଚେଷ୍ଟା କରେ ତେବେ ଆସାମ, ଉତ୍ତରପୂର୍ବାଞ୍ଚଳ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା ଓ ଦିଲ୍ଲୀରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ।ଓଡ଼ିଶାକୁ ନେଇ ଏଭଳି ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧ କରିଛନ୍ତି। ଏକ୍ସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ପାଇଁ ଆପଣଙ୍କୁ ଏ ଅଧିକାର ଦେଲା କିଏ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ।ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ। ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନଦେଇ, ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ। ଆପଣଙ୍କୁ ଅନୁରୋଧ, ଏଥିରୁ କ୍ଷାନ୍ତ ରୁହନ୍ତୁ, ଶାନ୍ତ ରହନ୍ତୁ ବୋଲି ମୋହନ ମାଝୀ କହିଛନ୍ତି।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!