ଓଡିଶା ଖବର
ପହଲଗାମ ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣ ହରେଇଥିବା ଲୋକଙ୍କୁ ବିବେକ ସେନା ତରଫରୁ ଶ୍ରଦ୍ଧାଞ୍ଜଳି |

ଭବାନୀପାଟଣା(AKN NEWS):ତା: ୨୪/୦୪/୨୦୨୫ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜାମ୍ମୁ ଓ କାଶ୍ମୀର ର ପହଲ ଗାମ ଠାରେ ପଯ୍ୟଟକଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଓ ୨୬ ଜଣ ଭାରତୀୟ ସହ ବାଲେଶ୍ୱର ର ପ୍ରଶାନ୍ତ ଶତପଥି ପ୍ରାଣ ହରେଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ପ୍ରାଣ ହରେଇଥିବା ଲୋକଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ମହମ ବତୀ ଜାଳି ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା |
ଧର୍ମ ନାମରେ ଭିଆଇଥିବା ଏଭଳି ବର୍ବର କାଣ୍ଡକୁ ଅତ୍ୟନ୍ତ ନିନ୍ଦନୀୟ, ସରକାର ଆତଙ୍କବାଦୀ ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି ବୋଲି ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼ ଶିବରାମ ନାୟକ ଉପସ୍ଥିତ ରହି ମତ ରଖିଥିଲେ | ବହୁ ବରିଷ୍ଠ ସଦଶ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |
ବ୍ୟୁରୋ ରିପୋର୍ଟ AKN NEWS


