ଓଡିଶା ଖବର

ପାଇକରାପୁର ଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ 

(AKN NEWS):ଅଦ୍ୟ ଗୁରୁବାର ଦିନ ସନ୍ଧ୍ୟା 7 ଘଟିକା ସମୟରେ ପୁରୀ ଜିଲ୍ଲା ରାମଲେଁକା ଗ୍ରାମପଂଚାୟତ ଅନ୍ତର୍ଗତ ପାଇକରାପୁର ଗ୍ରାମରେ ଗୋପବନ୍ଧୁ ପାଠାଗାର ତରଫରୁ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି lନିମାପଡା ନିକଟବର୍ତ୍ତୀ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ, ତମ୍ପାଳ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ lମୁଖ୍ୟ ବକ୍ତା ଭାବରେ କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଶ୍ରୀମାନ ସପନ କୁମାର ଦାଶ ଗୋପବନ୍ଧୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ନିମନ୍ତେ କହିଥିଲେ lଅନ୍ୟତମ ଅତିଥି ଭାବେ ଡ଼କ୍ଟର ମାୟାଧର ମାନସିଂ ନୋଡାଲ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ ଦଳେଇ, ପୁଇଁତଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦଳେଇ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦଳେଇ ଏବଂ ଗୋପବନ୍ଧୁ ପାଠାଗାର ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ଦଳେଇ ଯୋଗଦେଇ ଗୋପବନ୍ଧୁ ଙ୍କ ନୀତି ଓ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ l ଗୋପବନ୍ଧୁ ପାଠାଗାର ର ସଭାପତି ଶ୍ରୀ କାଳିଆ ନୟକ, ଉପସଭାପତି ଶ୍ରୀ ରୂପକ ଦଳେଇ, ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଶ୍ରୀ ପ୍ରୀତିରଞ୍ଜନ ଦଳେଇ, ପୂଜା ସଂପାଦକ ଶ୍ରୀ ରୀତିକ ଦଳେଇ, ସହ ସମ୍ପାଦକ ଶ୍ରୀ ବାପି ସାହୁ,ନାଟ୍ୟ ସମ୍ପାଦକ ଶ୍ରୀ ପ୍ରକାଶ ଦଳେଇ, କ୍ରୀଡା ସମ୍ପାଦକ ଶ୍ରୀ ଟୁଲୁ ବେହେରାଙ୍କ ସମେତ ଗୋପବନ୍ଧୁ ପାଠାଗାର ର ସମସ୍ତ ସଭ୍ୟ ଓ ପାଇକରାପୁର ଗ୍ରାମବସିଙ୍କ ସହଯୋଗରେ ଏ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା

କୃଷ୍ଣପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!