ଓଡିଶା ଖବର

ପାଇକରା ପୁର ଗ୍ରାମର ମାନସୀ ବାରିକ ଙ୍କୁ ବାରାହା ଆକ୍ରମଣ ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାଇକରା ପୁର ଗ୍ରାମର ଶ୍ରୀଯୁକ୍ତ ଭରତ ବାରିକ ଙ୍କ ପତ୍ନୀ ମାନସୀ ବାରିକ ଙ୍କୁ ମରଣାତ୍ମକ ଭାବରେ ବାରାହା ଆକ୍ରମଣ କରିଥିବା ଜଣା ପଡ଼ିଛି ।ସୂଚନା ମୁତାବକ ଗତ ୧୩ ତାରିଖ ଦିନ ସେ ନନ୍ଦଳା ନିକଟସ୍ଥ ଭାଲିଆ ତୋଟାକୁ ଭାଲିଆ ତୋଳିବା ପାଇଁ ଯାଇଥିଲେ । ଗଛରୁ ଭାଲିଆ ତୋଳିବା ସମୟରେ ହଠାତ୍ ଏକ ବରାହା ଆସି ଅନ୍ୟ ଏକ ମହିଳା ତାଙ୍କର ସାଥୀ ରଜନୀ ବାରିକ ଙ୍କ ଦେହରେ ଧକା ମାରି ଆସି ମାନସୀ ବାରିକ ଙ୍କୁ ମରଣାତ୍ମକ ଭାବରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ତାଙ୍କର ସାଥୀ ରଜନୀ ବାରିକ ଜୋର୍ ଚିତ୍କାର କରିଥିଲେ ଏବଂ ତାଙ୍କ ପାଟି ଶୁଣି ପାଖ ତୋଟା ରେ କାମ କରୁଥିବା କିଛି ମହିଳା ଓ ପୁରୁଷ ଆସି ମାନସୀ ଙ୍କୁ ଵାରାହା କବଳରୁ ଉଦ୍ଧାର କରିଥିଲେ । ଏଥି ସହିତ ତାଙ୍କୁ ସଂଘେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡିକାଲ କୁ ନିଆ ଯାଇଥିଲା । ଡାକ୍ତର ଙ୍କ ସେବା ଫଳରେ ସେ ଏବେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ଭାଲିଆ ତୋଟାକୁ ଆଧାର କରି ଚଳୁଥିବା ଲୋକମାନେ ଏବେ ବାରାହା ଆତଙ୍କ କୁ ନେଇ ବେଶ୍ ଭୟଭିତ ହୋଇ ପଡିଛନ୍ତି । ଏଥି ସହିତ ଉକ୍ତ ମହିଳା ଙ୍କୁ ସରକାରଙ୍କ ପକ୍ଷରୁ କିଛି ସହାୟତା କରିବା ସହିତ ବନ୍ୟ ପ୍ରାଣୀ ବିଭାଗର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ତଦାରଖ ପାଇଁ ଦୃଢ଼ ଭାବରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଞ୍ଚଳ ବାସି ମତ ରଖିଛନ୍ତି ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!