ପାଣି ସମସ୍ୟା ସହିତ ୧୦ ବର୍ଷ ହେଲା ଅନ୍ଧାରରେ କାର୍ଲିଯୋଡି ଗାଁ ଖୁଣ୍ଟ ଅଛି, ତାର ଟଣା ହୋଇଛି, ବିଜୁଳି ନାହିଁ,ପାଣି ପାଇଁ ବାଲି ଚୁଆଁ ଭରସା

ପାଣି ସମସ୍ୟା ସହିତ ୧୦ ବର୍ଷ ହେଲା ଅନ୍ଧାରରେ କାର୍ଲିଯୋଡି ଗାଁ
ଖୁଣ୍ଟ ଅଛି, ତାର ଟଣା ହୋଇଛି, ବିଜୁଳି ନାହିଁ,ପାଣି ପାଇଁ ବାଲି ଚୁଆଁ ଭରସା
ଲାଞ୍ଜିଗଡ଼, ( AKN NEWS )ଗାଁରେ ବିଦ୍ୟୁତ ଖୁଣ୍ଟ ଅଛି,ତାର ଟଣା ହୋଇଛି,କିନ୍ତୁ ବିଜୁଳି ନାହିଁ।ଟ୍ରାନ୍ସଫର୍ମର ଅଚଳ ହୋଇ ୧୦ ବର୍ଷ ବିତି ଗଲାଣି ହେଲେ ମରାମତି ହେଉନାହିଁ |ବର୍ତ୍ତମାନ ବିଦ୍ୟୁତ୍ ଉପଭୋକ୍ତା ୧୦ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଥିବା ଅଭିଯୋଗ ହୋଇଛି।ପାନିୟ ଜଳ ପାଇଁ ବାଲି ଚୁଆଁ ଭରସା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ବେନଗାଁ ପଞ୍ଚାୟତ ଅନ୍ତର୍ଗତ କାର୍ଲିଯୋଡ଼ି ଗାଁରୁ ଏହିପରି ଅଭିଯୋଗ ଆସିଛି।ସୂଚନା ମୁତାବକ,କାର୍ଲିଯୋଡ଼ି ଗାଁରେ ୩୫ ଘର କୁଟିଆ କନ୍ଧ ସାମ୍ପ୍ରଦାୟର ଲୋକ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି।ଗାଁ ବସତି ହୋଇ ୧୦୦ ବର୍ଷ ବିତି ଯାଇଥିଲେ ମଧ୍ୟ ଜଳ ସଙ୍କଟ ଦେଖାଦେଇଛି। ଏହି ମାନଙ୍କ ପାଇଁ ସୁଦ୍ଧପାଣି ସାତଶପନ ପାଲଟିଛି ।ଓଡ଼ିଶା ଭଳି ବିକଶିତ ରାଷ୍ଟ୍ରରେ ଏହି ଗାଁର ୩୫ପରିବାର ପାଇଁ ଗୋଟିଏ ନଳକୂପ ରହିଥିବା ବେଳେ ତାହା ନିଅଣ୍ଟ ହେଉଛି। ତେଣୁ ଗାଁ ନିକଟସ୍ଥ ଚାଷ ଜମି ତଟରେ ଏକ କୁଣ୍ଡ କରି ସେହି କୁଣ୍ଡର ପାଣିକୁ ପାନୀୟ ଜଳ ଭାବେ ଶୋଷ ମେଣ୍ଟାଇବା ଅତ୍ୟନ୍ତ ଦୁଃଖଦ ଘଟଣା।ଯାହା ଫଳରେ ଖୋଲା ଆକାଶ ତଳେ ଥିବା ଏହି କୁଣ୍ଡର ପାଣି ଗୁଳିଆ ହୋଇ ରହିଥିବା ବେଳେ ସେହି ପାଣିରେ ବନ୍ୟ ଜନ୍ତୁ, କୀଟ ପଟଙ୍ଗ,ଆବର୍ଜନା ବସ୍ତୁ ପଡି ରହିଥିବାରୁ ସେହି ପାଣିକୁ ଲୋକେ ଗାଧେଇବା ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ଯୋଗୁଁ ଏହି ଗାଁ ଲୋକଙ୍କ ଶରୀରରେ ରୋଗ ଘର କରି ରହିଛି।ସେହିଭଳି ଆଜିକୁ୧୦ ବର୍ଷ ପୂର୍ବେ ମାତ୍ର ୧୯ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ତେବେ ବିଦ୍ୟୁତ୍ ସଂଯୋଗର ମାତ୍ର ୧୫ ଦିନ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମର ଅଚଳ ହୋଇଗଲା। ସେହିଦିନଠାରୁ ୧୦ ବର୍ଷ ହେଲା ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଦାବି ହେଲେ ବି ବିଭାଗୀୟ ଅଧିକାରୀ ଶୁଣୁ ନାହାନ୍ତି। କିନ୍ତୁ ଏହି ୧୯ ପରିବାର ଘର ମାନଙ୍କୁ ବିଦ୍ୟୁତ ବିଛିନ୍ନ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ବିଲ୍ ଆସୁଥିବା ନେଇ ଗତ ୨୦୨୩ ଡିସେମ୍ବର ମାସରେ ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁ ଦେଇ ଅନେକ ସମୟରେ ହାତୀପଲ ଯିବା ଆସିବା କରିଥାଆନ୍ତି। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଉତ୍କଳ କରି ଜଗିବସିବାକୁ ପଡ଼ିଥାଏ। ଗାଁରେ ବିଦ୍ୟୁତ ନ ଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡ଼ୁଛି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ।ପାନିୟ ଜଳର ଘୋର ସୁବିଧା ଓ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ବାରମ୍ବାର ଅଭିଯୋଗ ପରେବି ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନଥିବା ଯୋଗୁଁ ଏହି ୨୪ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିଛୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKN NEWS


