*ପାପଡାହାଣ୍ଡି ଠାରେ ଚାଳକ ଦିବସ ପାଳନ l*

ନବରଙ୍ଗପୁର ( AKN NEWS):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଠାରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଚାଳକ ଦିବସ ପାଳନ ହୋଇଯାଛି | ଏହି ଅବସରରେ ସହରରେ ସଚେତନତା ଶୋଭାରଥ ବାହାରି ଥିଲା l ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ ହେଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ବୁଧବାର ଦିନ ୧୦ ଘଣ୍ଟା ସମୟରେ ସଚେତନତା ମୂଳକ ସ୍ଲୋଗାନ ଦେଇ ସହରରେ ଟ୍ରାଫିକ ସଚେତନତା ନେଇ ଏକ ପଦଯାତ୍ରା ବସଷ୍ଟପ ଠାରୁ ବାହାରି ଡାକବଙ୍ଗଳା ଠାରେ ପହଞ୍ଚି ଥିଲା । ଓଡ଼ିଶା ମୋଟର ଚାଳକ ସଂଘର ସମସ୍ତ କର୍ମକର୍ତ୍ତା ରାଲିରେ ଉପସ୍ଥିତ ଥିଲେ।ଏହି ଅବସର ରେ ମୁଖ୍ୟ ଅତିଥି ଭାବ ରେ , ଓଡ଼ିଶା ମଟର ଚାଳକ ସଂଘ ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀ, ରାଜ୍ୟ ସଂପାଦକ ଗୁରୁ ପ୍ରସାଦ ପଣ୍ଡା, ରାଜ୍ୟ କମିଟି ସଦସ୍ୟ ବାବୁଲା ହରିଜନ, ପାପଡ଼ାହାଣ୍ଡି ଶାଖା ସଂପାଦକ ସୁଜିତ୍ ପଟ୍ଟନାୟକ, ସହ ସଂପାଦକ ନରସିଂହ ହରିଜନ,ଗୋପାଳ ଭତ୍ରା ,ସହ ୨୦୦ ଉର୍ଦ୍ଧ ଡ଼୍ରାଇଭର ମାନେ ଯୋଗଦାନ ଦେଇ ଥିଲେ l
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


