ପାରିକୁଦ ଗଡ ରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡ ରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପଣ୍ଡିତ ନୀଳକଣ୍ଠ ତ୍ରିପାଠୀ, ମୁଖ୍ୟ ପୂଜକ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ଦ୍ଵାରା ଯଥା ବିଧି ପୂଜା ଅନୁଷ୍ଠିତ ପରେ ଆଲଟ,କାହାଳୀ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଏବଂ ବାଦ୍ୟ ନାଦରେ ଓ ନାମ ସଙ୍କୀର୍ତ୍ତନ ରେ ପ୍ରକମ୍ପିତ ହୋଇଉଠିଥିଲା ଇପିଙ୍ଗ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୋଟି ପହଣ୍ଡି କରି ପଣ୍ଡା ପଢ଼ିଆରି ସେବକ ମାନେ ଆନନ୍ଦ ମନରେ ମହାପ୍ରଭୁଙ୍କୁ ଶ୍ରୀ ମନ୍ଦିରକୁ ନେଇଥିଲେ ଏବଂ ମାଆ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ପଭୁ ମାନ ଭଞ୍ଜନ କରିବା ପରେ ରତ୍ନସିଂହାସନ ଙ୍କୁ ବିଜେ କରିଥିଲେ ।ଶ୍ରୀ ଜଗନ୍ନାଥ ରଥ ପରିଚାଳନା କମିଟି ସଭାପତି ଶ୍ରୀ ଦୁର୍ଯ୍ୟଧନ ନାୟକ, ସମ୍ପାଦକ ସୁବ୍ରତ କୁମାର ପଣ୍ଡା,ଉପ ସଭାପତି ଶ୍ରୀ ମକଦମ ସିଂହ, ସହ ସମ୍ପାଦକ ଶ୍ରୀ ମନୋଜ କୁମାର ବାରିକ ଙ୍କ ସମେତ ସକ୍ରିୟ ସଭ୍ୟ ଶ୍ରୀ ସୁବାସ ଚନ୍ଦ୍ର ଗୌଡ,ପ୍ରମୋଦ କୁମାର ସାହୁ, ଅଶୋକ କୁମାର ପଣ୍ଡା, ଅଜୟ କୁମାର ସ୍ବାଇଁ, ବିଭୁ ନାରାୟଣ ଜେନା, ଶ୍ରୀକାନ୍ତ ପରିଡ଼ା, ବାପୁ ସାମନ୍ତ ,ସୁବାସ ଚନ୍ଦ୍ର ସାମନ୍ତ ଚନ୍ଦନ ସିଂହ ସମେତ କମିଟି ର ସମସ୍ତ ସଦସ୍ୟ ମାନଙ୍କ ସଂପୂର୍ଣ୍ଣ ସହଯୋଗରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କାର୍ଯ୍ୟ ସୁଚାର ରୂପେ ସଂପାଦନ ହୋଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


