ଓଡିଶା ଖବର

ପୁରୀ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଅନୁଷ୍ଠିତ।

ପୁରୀ ୧/୪(AKN NEWS): ଉତ୍କୃଷ୍ଟ କଳା,ସଂସ୍କୃତି, ଐତିହ୍ୟ, ପରମ୍ପରା, ମନ୍ଦିର ମାଳିନୀ କୁ ନେଇ ସମୃଦ୍ଧ ଆମ ଓଡିଶା।ଭାଷା ଭିତ୍ତିରେ ୧୯୩୬ ମସିହାରେ ଆମେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲେ। ୨୦୩୬ ସୁଦ୍ଧା ଏକ ବିକଶିତ ଓଡିଶା ଗଠନ ଆମର ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ଆଜି ସଂଧ୍ୟାରେ ସଂସ୍କୃତି ଭବନ ପରିସରରେଜିଲ୍ଲା ପ୍ରଶାସନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ୯୦ ତମ ଓଡ଼ିଶା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ, ଶ୍ରୀଜୀଉ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ବରପୁତ୍ର ମାନଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରି ସମାରୋହର ଉଦଘାଟନ କରିଥିଲେ। ଓଡିଶା ଗଠନ ଓ ସଂଗ୍ରାମ ରେ ଅବଦାନ ରଖିଥିବା ମନିଷୀ ମାନଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ବକ୍ତବ୍ୟ ରେ ଆମେ ଓଡ଼ିଆ ବୋଲି ପ୍ରତ୍ୟେକ ଗର୍ବ ଅନୁଭବ କରିବା ଉଚିତ।ସରକାର ଓଡ଼ିଆ ଅସ୍ମୀତା ପାଇଁ ୨୦୦ କୋଟି ଟଙ୍କାର ବଜେଟ କରିଛନ୍ତି।ଆଜି ଠାରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି।ଏହି ପକ୍ଷ ମଧ୍ୟରେ ଓଡିଆ ଐତିହ୍ୟ, ପରମ୍ପରା, ସଂସ୍କୃତି, ଖାଦ୍ୟ, ପରିଧାନ ଇତ୍ୟାଦି କୁ ଉଦଜୀବିତର ଲକ୍ଷ୍ୟ ରହିଛି।ପ୍ରଥମ କ୍ୟାବିନେଟ ରେ ସରକାର ଚାରି ଦ୍ବାର ଖୋଲା,ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା, ସୁଭଦ୍ରା ଯୋଜନା, କୃଷକ ମାନଙ୍କୁ ଇନପୁଟ ସହାୟତା ଭାବେ ଅତିରିକ୍ତ ଧାନ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କରିଛନ୍ତି।ଚଳିତ ବଜେଟ ର ପରିମାଣ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା।ଏଥିରେ ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, କୃଷି ଇତ୍ୟାଦି ସମସ୍ତ କ୍ଷେତ୍ରର ତ୍ବରିତ୍ୱ ବିକାଶ ପାଇଁ ବ୍ୟବସ୍ଥା ରହିଛି।ବର୍ତ୍ତମାନ ସୁଦ୍ଧା ୭୪ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ହୋଇଛି।ପୂର୍ବ ବର୍ଷ ୫୮ ଲକ୍ଷ କ୍ୟୁଣ୍ଟାଲ ଠାରୁ ଏହା ବେଶ ଅଧିକ।ପୁରୀ ଏକ ପବିତ୍ର ମାଟି।ତେଣୁ ଏହି କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ଆମ ସମସ୍ତ ଙ୍କ ର ଲକ୍ଷ୍ୟ ବୋଲି କହିବା ସହ ଏହି ବିକାଶ ପ୍ରକ୍ରିୟାରେ ସାମିଲ ପାଇଁ ସେ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇ ଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱତନ୍ତ୍ର ଓଡିଶା ଗଠନର ଇତିହାସ,ଓଡିଶା ର ଐତିହ୍ୟ, ମହାମନିଷୀ ମାନଙ୍କ ର ଅବଦାନ ଓ ଆଧୁନିକ ଓଡିଶା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା,ସ୍ୱାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସାଂସ୍କୃତିକ ଦଳ ଓ କଳାକାର ଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ, ଚାରୁ ଓ କାରୁକଳା ମହାବିଦ୍ୟାଳୟ ସହଯୋଗ ରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା।ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!