ଓଡିଶା ଖବର

ପୁରୀ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

(AKN NEWS): ପୁରୀ ୩/୨ ଓଡ଼ିଆ ଏକ ମଧୁର,ସରଳ ଓ ପ୍ରାଚୀନ ଭାଷା ।ଶାସ୍ତ୍ରୀୟ ଭାଷା ର ମାନ୍ୟତା ପାଇଥିବା ଓଡ଼ିଆ ଭାଷା ବେଶ ସମୃଦ୍ଧ ଓ ଏହା ଆମ ଅସ୍ମିତା ର ପ୍ରତୀକ ବୋଲି କହିଛନ୍ତି ସମ୍ବର୍ଦ୍ଧିତ ପ୍ରତିଭା ବିଶିଷ୍ଟ ବ୍ୟକ୍ତି ମାନେ।ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ପୁରୀ ପୌର ପାଳିକାର ସହଯୋଗ ରେ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ବିଜୟ କୁମାର ଦାଶ ଉଦଘାଟନ କରିବା ସହ ସାହିତ୍ୟିକ,ଐତିହାସିକ ଓ ଗବେଷକ ଡଃ ହରିହର ମିଶ୍ର, ଡଃ ସୁରେନ୍ଦ୍ର କୁମାର ମିଶ୍ର, ଆର୍ତ୍ତତ୍ରାଣ ଶତପଥୀ, ଗୌରାଙ୍ଗ ପରିଡା, ଓ ବିରେନ୍ଦ୍ର କୁମାର ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ନିଜ ପ୍ରତିକ୍ରିୟା ରେ ଏହି ସମ୍ବର୍ଦ୍ଧିତ ପ୍ରତିଭା ମାନେ ଭାଷା ଭିତ୍ତିରେ ଗଠିତ ଆମ ରାଜ୍ୟକୁ ଆହୁରି ସମୃଦ୍ଧ କରିବା ଓ ଭାଷାର ଉନ୍ନତି ପାଇଁ ସମସ୍ତେ ସଂକଳ୍ପ ଵଦ୍ଧ ହେବା କୁ ଆହ୍ୱାନ ଦେଇଥିଲେ। ଆମ କଳା,ସଂସ୍କୃତି, ପରମ୍ପରା, ଚାଲି ଚଳଣି ସବୁଥିରେ ଆମ ଭାଷାର ମହାନ କୀର୍ତ୍ତି ଲୁକ୍କାୟିତ ଅଛି।ଏହାକୁ ପରିପ୍ରକାଶ କରିବା ସମସ୍ତ ଙ୍କ ଦାୟିତ୍ୱ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ,ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ବା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି, ଶ୍ରୀମନ୍ଦିର ପ୍ରଶାସକ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଭାଷା ସାହିତ୍ୟର ବିକାଶ ପାଇଁ ସମବଦ୍ଧ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଓଡ଼ିଆ ଅସ୍ମିତା ରଥକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ।ଏହା ପୌରାଞ୍ଚଳ ପରିକ୍ରମା କରି ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା ଓ ପରେ ସିଦ୍ଧ ମହାବୀର ଅନୁଷ୍ଠାନର କଳାକାର ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପ୍ରତ୍ୟୁଷରୁ ସହର ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!