ଓଡିଶା ଖବର

ପୁରୀ ବିଶ୍ବମ୍ବର ବିଦ୍ୟାପୀଠ ଠାରେ ପୁରୀ ସଦର ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଡ଼ମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ

(AKN NEWS): ତା- ୨-୧୧-୨୪ ରିଖ ପୁରୀ ବିଶ୍ବମ୍ବର ବିଦ୍ୟାପୀଠ ଠାରେ ପୁରୀ ସଦର ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଡ଼ମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ପୁରୀ ନଗରପାଳିକା ର ମୁଖ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଉପସ୍ଥିତ ରହି କୁନି କୁନି ପିଲାମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଉନ୍ମେଷଣ ସମ୍ପର୍କରେ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ ଉପସ୍ଥିତ ରହି ଛାତ୍ରଛାତ୍ରୀ ପିଲାଦିନରୁ ଚେଷ୍ଟା କଲେ ନିଶ୍ଚିତ ଭବିଷ୍ୟତରେ ଉନ୍ନତି କରିପାରିବେ ବୋଲି ସେମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ୍ କୁମାର ତ୍ରିପାଠୀ,ବିଶ୍ବମ୍ଭର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶୁଭଶ୍ରୀ ଦାଶ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହାର ଉଦ୍ଜାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଛୋଟ ଫୁଲ ମଧ୍ୟରେ ରହିଥିବା ସୁଗନ୍ଧ ସମସ୍ତଙ୍କୁ ଆକର୍ଷଣ କଲାଭଳି ପ୍ରତ୍ୟେକ ନିଜର ଲୁକ୍କାୟିତ ପ୍ରତିଭା ବଳରେ ପ୍ରତ୍ୟେକଙ୍କ ମନ ଆକୃଷ୍ଟ କରିବାକୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅଭିଷେକ ଦାଶ ତହସିଲଦାର, ପୁରୀ, ଦେବସ୍ମିତା ମହାପାତ୍ର, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ, ଜିଲ୍ଲା ଶିକ୍ଷା ଓଶିକ୍ଷଣ ପ୍ରତିଷ୍ଠାନ ପୁରୀ, , ପୂର୍ବତନ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ,ବିଜୟ କୁମାର ପଣ୍ଡା ରତ୍ନାକର ବେହେରା,ଏବିଇଓ, ପୁରୀ ସଦର ମଣ୍ଡଳ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ପ୍ରଥମ ସ୍ଥାନ ହାସଲ କରିପାରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ସ୍ତରକୁ ଉନ୍ନୀତ କରାଯାଇଥିଲା। କାର୍ଯ୍ୟକ୍ରମ ର ସଭାପତି ତଥା ପୁରୀ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସାମଗ୍ରିକ ରୂପେ ପରିଚାଳନା କରାଯାଇଥିଲା । ପ୍ରଧାନ ଶିକ୍ଷକ ଶୁଭଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ବିଦ୍ୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!