ଓଡିଶା ଖବର

ପୁରୀ ର ୨୩ ସ୍ଥାନରେ ମକଡ୍ରିଲ ଅନୁଷ୍ଠିତ

ପୁରୀ(AKN NEWS):ଆଜି ଅପରାହ୍ନ ୪ ଘଟିକା ସମୟରେ ପୁରୀ ଜିଲ୍ଲା ର ୨୩ ଟି ସ୍ଥାନରେ ମକ ଡ୍ରିଲ କରାଯାଇଥିଲା।ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଏହି ମକ ଡ୍ରିଲର ବ୍ୟବସ୍ଥା କରାଯାଇଥିଲା।ପୁରୀ ସହରର ବଡ଼ଦାଣ୍ଡ ଟାଉନ ଥାନା ନିକଟରେ, ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳ ଓ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଏହି ମକ ଡ୍ରିଲ ର ଆୟୋଜନ କରାଯାଇଥିଲା। ବୋଲି ଏହି ମକ ଡ୍ରିଲ ସଫଳ ହୋଇଛି।ସମସ୍ତ ଜନ ସାଧାରଣ ଏଥିରେ ସହଯୋଗ କରିଛନ୍ତି।ପ୍ରୋଟୋକଲ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଥିଲେ।ପୂର୍ବ ନିଷ୍ପତ୍ତି ଅନୁସାରେ ଠିକ ଅପରାହ୍ନ ୪ ଘଟିକା ରେ ପୁରୀ ଜିଲ୍ଲାର ସମସ୍ତ ୨୩ ଟି ଯାକ ପଏଣ୍ଟରେ ୫ ମିନିଟ ପାଇଁ ସାଇରନ ବାଜିଥିଲା।ସାଇରନ ଶବ୍ଦ ଶୁଣି ସମସ୍ତେ ସତର୍କ ହୋଇ ସୁରକ୍ଷିତ ଆଶ୍ରୟ ସ୍ଥଳ ଭାବେ ଛାତ ଓ କୋଠା ଘର ମାନଙ୍କ ରେ ଆଶ୍ରୟ ନେଇଥିଲେ।୧୫ ମିନିଟ ପରେ ବିପଦ ଟଳିଯିବାର ସୂଚନା ପୂର୍ବକ ପୁନଶ୍ଚ ସାଇରନ ବାଜିଥିଲା।ପରେପରେ ଲୋକ ମାନେ ସ୍ବଭାବିକ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ।ମକ ଡ୍ରିଲ ମାଧ୍ୟମରେ ଆହତ ହୋଇଥିବା ଲୋକ ମାନଙ୍କୁ ଚିକିତ୍ସା ସୁବିଧା, ଆମ୍ବୁଲାନ୍ସ ବ୍ୟବସ୍ଥା, ଲାଗିଥିବା ନିଆଁକୁ ଲିଭେଇବା ବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସ୍ବେଚ୍ଛାସେବୀ ମାନେ ମିଳିତ ଭାବେ ପ୍ରଦର୍ଶନ କରିଥିଲେ। ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ରେ ଏସ ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ସିଡିଏମଓ ଡା ରୂପଭାନୁ ମିଶ୍ର,ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସୁରକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ମକ ଡ୍ରିଲ ପରିଚାଳନା ରେ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!