ଓଡିଶା ଖବର

ପୁରୁଣାପଡ଼ାରେ କାମନା ଦଣ୍ଡ

ପୁରୁଣାପଡ଼ାରେ କାମନା ଦଣ୍ଡ
କଳାହାଣ୍ଡି(AKN NEWS) :ଗଞ୍ଜାମ ଜିଲ୍ଲାରୁ ଆସି କଳାହାଣ୍ଡିର କେତେକ ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତି ବିଶେଷ ଏବେବି ଗଞ୍ଜାମର ରୀତିନୀତିକୁ ପାରମ୍ପରିକ ଭାବେ ପାଳନ କରି ଆସୁଛନ୍ତି l ଏହାର ଏକ ନିଛକ ଉଦାହରଣ ସ୍ୱରୂପ ମ. ରାମପୁର ଅଞ୍ଚଳରେ ବିଷୁବ ସଂକ୍ରାନ୍ତିର ୧୩ ଦିନ ପୂର୍ବରୁ କାମନା ଦଣ୍ଡ ଯାତ୍ରା ଅନୁଷ୍ଠିତ ହୁଏ । ୧୩ ଭୋକ୍ତାଙ୍କ ୧୩ ଦିନ ଯାକ ମାନସିକଧାରୀଙ୍କ ଦୁଆର ସମ୍ମୁଖରେ ଧୂଳି ଦଣ୍ଡ, ପରେ ଜଳାଶୟରେ ପାଣି ଦଣ୍ଡ ଓ ସନ୍ଧ୍ୟାରେ ଅଗ୍ନି ଦଣ୍ଡ ସହ ଦାତାଙ୍କ ଘର ସମ୍ମୁଖରେ ଶିବ ଶିବାଙ୍କୁ ସ୍ଥାପନ କରି ସାରା ରାତ୍ର ଦଣ୍ଡ ନାଟ ପରିବେଷଣ କରାଯାଏ ।ଏହି କ୍ରମରେ ମଦନପୁର ରାମପୁର ତଳ ସାଗର ପଡ଼ାର ଦଣ୍ଡନୃତ୍ୟ ଦଳ ଦୀର୍ଘ ୬୦ କି.ମି. ଯାତ୍ରାକରି ଗତକାଲି ପ୍ରାତଃ ସମୟରୁ ଆସି ଭବାନୀପାଟଣା ପୁରୁଣାପଡ଼ା ଠାରେ ପହଞ୍ଚିଛନ୍ତି l ଏହି ପଡ଼ାରେ ୪ ଦିନ ପର୍ଯ୍ୟନ୍ତ ଦଣ୍ଡନୃତ୍ୟ ପରିବେଷଣ କରାଯିବ l ପ୍ରଥମ ଦିନ ଏକ ମହିଳା ଗୋଷ୍ଠୀ ଦ୍ୱାରା ସମସ୍ତ ଆୟୋଜନ କରାଯାଇଥିବା ବେଳେ ଦ୍ବିତୀୟ ଦିବସରେ ପୁରୁଣାପଡ଼ା ସ୍କୁଲଛକ ଠାରେ ଭକ୍ତି,ଆଗ୍ରହର ସହ ଅକର୍ମ କର୍ମ ଦାୟକ ଶିବ-କାଳୀଙ୍କୁ ବରଣୀ କରାଯାଇ ଶ୍ରଦ୍ଧା ସହକାରେ ନୃତ୍ୟ ପରିବେଷଣ କରିବାକୁ ଅନୁରୋଧ କରାଯାଇଥିଲା l ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଅଶ୍ବିନୀ ପ୍ରଧାନ, କମ୍ବୁପାଣି ପରିଛା, ଭଗବାନ ବିଶୋଇ, ଇନ୍ଦ୍ରମଣି ଡାକୁଆ, ସୀତାକାନ୍ତ ପ୍ରଧାନ, ଜୟରାମ ପ୍ରଧାନ, ପ୍ରମୁଖଙ୍କ ତତ୍ୱବଧାନରେ ସମସ୍ତ ପୂଜାବିଧି ସମ୍ପନ୍ନ ହୋଇଥିଲା l ପ୍ରଚଣ୍ଡ ଗ୍ରୀଷ୍ମତାପରେ ଧୂଳିଦଣ୍ଡ, ଜଳର ଅଭାବ ସତ୍ତ୍ୱେ ପାଣିଦଣ୍ଡ ନୀତି ସମ୍ପନ୍ନ ହୋଇଥିଲା l ରାତ୍ରୀ ସମୟରେ ଅଗ୍ନିଦଣ୍ଡ ଓ ତତ ପରେ ପରେ ଦାନବୀର କର୍ଣ୍ଣ ସୁଆଙ୍ଗ ପରିବେଷଣ କରାଯାଇଥିଲା l ତୃତୀୟ ଦିବସରେ ପୁନଃ ମଝି ଗଳିରେ ଜଣେ ମାନସିକଧାରୀ ଓ ଚତୁର୍ଥ ଦିନ ଶବରପଡ଼ା ଛକ ଠାରେ ଦଣ୍ଡକାଳୀଙ୍କର ପୂଜାର୍ଚ୍ଚନା କରାଯିବା ସହ ଦଣ୍ଡର ସମସ୍ତ ବିଧୁ ପାଳନ କରାଯିବ l ଦଣ୍ଡୁଆ ମାନେ କାହାଘରେ ବିଶ୍ରାମ କରିବା ବିଧି ସଂଗତ ହୋଇ ନ ଥିବାରୁ ଭୋଇଗୁଡ଼ା ଧବଳେଶ୍ବର ମନ୍ଦିରରେ ସମ୍ୟକ ବିଶ୍ରାମ କରିବାକୁ ମନ୍ଦିର କମିଟି ପକ୍ଷରୁ ତ୍ରିଭୁବନ ପ୍ରଧାନ, ସଚ୍ଚିଦାନନ୍ଦ ମହାକୁଡ଼, ପ୍ରମୁଖ ସମସ୍ତ ବନ୍ଦୋବସ୍ତ କରିଥିଲେ
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!