ଓଡିଶା ଖବର

ପୂଜାରୀଗୁଡାରେ ଉତ୍କଷ୍ଟ ହେଲାଣି ଜଳକଷ୍ଟ |ସ୍କୁଲ ସାହିରେ ନଳକୂପ ଖୋଲିବା ପାଇଁ ସାହିବାସୀନ୍ଦାଙ୍କ ଦାବୀ |

ପୂଜାରୀଗୁଡାରେ ଉତ୍କଷ୍ଟ ହେଲାଣି ଜଳକଷ୍ଟ |ସ୍କୁଲ ସାହିରେ ନଳକୂପ ଖୋଲିବା ପାଇଁ ସାହିବାସୀନ୍ଦାଙ୍କ ଦାବୀ |
ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅଧୀନରେ ଥିବା ପୂଜାରୀଗୁଡା ଗ୍ରାମରେ ଦେଖାଦେଇଛି ଜଳକଷ୍ଟ |ଗ୍ରାମରେ ଚାରିଗୋଟି ନଳକୂପ ଥିବା ସ୍ୱତେ ଗ୍ରାମର ସ୍କୁଲ ସାହିର ଲୋକଙ୍କୁ ଘାରିଛି ପାଣି ଚିନ୍ତା |ସାହିରେ ଘର ସଂଖ୍ୟା ୩୫ଥିବାବେଲେ ଜନସଂଖ୍ୟା ୧୪୦ରୁ ଉର୍ଦ୍ଧ |ସାହିରେ ନଳକୂପ ନଥିବାରୁ ସାହି ମହିଳାମାନେ ହାଣ୍ଡିମାଠିଆ ଧରି ସବୁବେଳେ ଧାଇଁ ଯାଆନ୍ତି ଅନ୍ୟ ସାହିରେ ଥିବା ନଳକୂପକୁ |ହେଲେ ଏହି ନଳକୂପ ଖରାପ ହେଲେ ନିକଟରେ ଥିବା ପୋଖରୀର ପାଣି ପିଉଥିବା କହିଛନ୍ତି ସାହିର ମହିଳାମାନେ |ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ପାଣି ପାଇଁ ଅତ୍ୟଧିକ ହାହାକାର ହୋଇ ପଡିଛନ୍ତି ଏହି ସାହି ବାସିନ୍ଦା |ଶେଷରେ ବାଧ୍ୟହୋଇ ନୂତନ ନଳକୂପ ଖନନ ସକାଶେ ବିଡ଼ିଓଙ୍କୁ ଦରଖାସ୍ତ ଦେବା ଆଶାରେ ପହଂଚି ଯାଇଥିଲେ ବ୍ଲକ କାର୍ଯ୍ୟାଳୟରେ |ହେଲେ ବିଡ଼ିଓ ମହାଶୟା ଛୁଟିରେ ଥିବାରୁ ନିରାଶ ହୋଇ ଫେରିବାକୁ ପଡିଛି ସାହିଲୋକଙ୍କୁ |ପ୍ରଶାସନ ଏହି ସାହି ବାସୀଙ୍କ ପାଇଁ ଯଥାଶୀଘ୍ର ନଳକୂପର ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି |

ବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!