ଓଡିଶା ଖବର

ପୂର୍ବତନ ନଗରପାଳ ନିରଞ୍ଜନ ପ୍ରଧାନ ଙ୍କ ଦେହାନ୍ତ.

ଭବାନୀପାଟଣା(AKN NEWS): ଭବାନୀପାଟଣା ପୌରପରିଷଦ ର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପ୍ରଧାନ (ବିଦ୍ରୋହୀ)ଙ୍କ ଆଜି ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି. ସେ ପୁରୁଣା ପଡା ଠାରେ ଗତ ଡିସେମ୍ବର ମାସ 6 ତାରିଖ 1957 ମସିହାରେ ଜନ୍ମ ଗ୍ରହଣ କରିଥିଲେ. ସେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଭଳି ଅନେକ ଆନ୍ଦୋଳନ ଓ ବହୁ ଗୁଡିଏ ସାମାଜିକ ସଂଗଠନ ସହିତ ଜଡ଼ିତ ଥିଲେ. ତାଙ୍କର ଅକାଳ ବିୟୋଗ ରେ କଂଗ୍ରେସ ପରିବାର ବିଶେଷ କ୍ଷତି ଘଟାଇଛି. ଏହି ଶୋକ ସମ୍ବାଦ ପାଇଁ କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳିଯାଇଛି.

ବିଷ୍ଣୁ ଚରଣ ସ୍ୱାଇଁ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!