ଓଡିଶା ଖବର

ପୋଲିସ ପକ୍ଷରୁ ଆମ ପୋଲିସ ସମିତି ସଚେତନତା ବୈଠକ ଅନୁଷ୍ଠିତ

ବୈପାରିଗୁଡ଼ା ୨୯/୯ (AKN NEWS): ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ କୋଲାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୈପାରିଗୁଡ଼ା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ସଚେତନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଆୟୋଜିତ କାର୍ଯ୍ୟକ୍ରମରେ ବୈପାରିଗୁଡ଼ା ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ ସମେତ ପୋଲିସ କର୍ମଚାରୀ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ। ବାଲ୍ୟ ବିବାହ ରଖିବା ତଥା କମ ବୟସର ପୁଅ କିମ୍ବା ଝିଅ ମାନଙ୍କୁ ବିବାହ ନକରିବା, ୧୮ ବୟସରୁ କମ ବୟସ୍କ ପିଲାମାନଙ୍କୁ ଗାଡ଼ି ଚଲେଇବା ମନା କରିବା, ମଦ୍ୟପାନ ନିଶାଦ୍ରବ୍ୟ ଅବସ୍ଥାରେ ଗାଡ଼ି ନଚଲେଇବା , ଅତି ଦୃତ ଗତିରେ ଗାଡ଼ି ନଚଲେଇବା , ନୂତନ ଟ୍ରାଫିକ ନିୟମ ମାନି ଚଳିବା , ସାଇବର ଠକେଇ ଠାରୁ ସଚେତନ ରହିବା, ଗଞ୍ଜେଇ , ଡ୍ରଗ୍ସ କାରବାର ବ୍ୟବହାର ନକରିବା ଇତ୍ୟାଦି ବିଷୟକୁ ନେଇ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କୋଲାର ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ନାୟକ , ନାଏବ ସରପଞ୍ଚ ରାମ ବାରିକ , ସମିତି ସଭ୍ୟ ଜଗନ୍ନାଥ ଖରା ସମେତ ଗ୍ରାମ ପଞ୍ଚାୟତ ବାସୀ ଉପସ୍ଥିତ ରହିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!