ଓଡିଶା ଖବର

ପ୍ରକଳ୍ପ ସ୍ତରୀୟ ଅଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପାଳନ

(AKN NEWS):ରଜ ପର୍ବ ସହ ସମନ୍ୱୟ ରେ ଯୁବ ପିଢ଼ି, ପରିଚୟ ଓ ସଶକ୍ତିକରଣ ଉତ୍ସବ ଅବସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଳି ରାଉତ ଙ୍କ ନେତୃତ୍ୱରେ ବ୍ଲକ ମିଶନ ଶକ୍ତି ଭବନ ସମ୍ମୁଖରେ ପ୍ରକଳ୍ପ ସ୍ତରୀୟ ଅଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଜ୍ୟୋଷ୍ଣାରାଣୀ କର, ଜିପିଓ ପ୍ରସନ୍ନ ନାଗ, ପିଓ ମାଙ୍ଗଲିକା ଦାସ, ଡିସି ତରୁଣ ସେନ ପୃସେଠ, ଏବିଓ ରାମ ସିଂ ଭୋଇ, ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କିଶୋରୀ ମାନଙ୍କୁ ନେଇ ରଜ ମୁକୁଟ ପ୍ରତିଯୋଗିତା, ପୁଚି ଖେଳ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ ଯୋଗଦେଇଥିବା ବେଳେ ମହିଳା ପରିଦର୍ଶିକା, ସୁଭଦ୍ରା ହେଲ୍ଫ ଡେସ୍କ ସହଯୋଗ କରିଥିଲେ। ଶେଷରେ ମିହିର କାନ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!