ଓଡିଶା ଖବର

*ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା*

ଭବାନୀପାଟଣା(AKN NEWS):ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ପରିସରରେ ପ୍ରଜ୍ଞାନ ମିଶନ ପକ୍ଷରୁ ସପ୍ତମ ବାର୍ଷିକ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତିନୋଟି ବର୍ଗରେ ଶତାଧିକ ପ୍ରତିଯୋଗୀ ଭାଗନେଇ ମଧୁର କଣ୍ଠଧ୍ବନିରେ ଶ୍ଳୋକ ଆବୃତ୍ତି କରିଥିଲେ। ଶ୍ରୀଯୁକ୍ତ ହେମନ୍ତ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବିଶ୍ଵନାଥ ଠାକୁର ମହୋଦୟ ଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଗୀତା ର ଗୁଞ୍ଜରିତ ପ୍ରତିଟି ଧ୍ଵନି ମାନବ ଜୀବନେ ଗାଇଯାଏ ଅମରତ୍ବ କାହାଣୀ,ଏ ଭଳି ମତ ପ୍ରକାଶ ପାଇଥିଲା ଅତିଥି ମହଲରେ। ଅରୁଣ କୁମାର ପାଣିଗ୍ରାହୀ,ବିଶ୍ବ ରଞ୍ଜନ ପଣ୍ଡା, ଦିଲ୍ଲୀପ ଗୁରୁଜୀ, ହେମନ୍ତ ମୁଣ୍ଡ,ଦେବସଖା ଯୋଶୀ, ଦୁଷ୍ମନ୍ତ ମୁଣ୍ଡ, ସନ୍ତୋଷ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ପ୍ରତିଯୋଗିତା କୁ ସଫଳାୟନ କରିଥିଲେ। ‘କ’ ବିଭାଗରୁ ଅଙ୍କୁଶ ପଟେଲ,ସାଇ ଗୋୖତମୀ ସାହୁ, ଅର୍ଣ୍ଣବ ପ୍ରଧାନ ‘ଖ’ ବିଭାଗରୁ ବାବୁଲି ମାଝୀ,ପୁନମ ସାହୁ,ପାୟଲ ବଞ୍ଜାରା ‘ଗ’ ବିଭାଗରୁ ରୂପ୍ସା ରୁଚିସ୍ମିତା ନାଏକ, ଶିବାନନ୍ଦ ବାରିକ, ପ୍ରିୟଙ୍କା ମିଶ୍ର ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!