ପ୍ରତ୍ୟୁଷ କୁମାର ବାଣୁଆ ପାଇଲେ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଯୁବ ପ୍ରତିଭା ପୁରସ୍କାର

ଭବାନୀପାଟଣା,୨୦/୮(AKN NEWS): ସ୍ଥାନୀୟ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଵିବି ଏ ବିଭାଗର ଏନ୍ ଏସ ଏସ ସ୍ବେଛାସେବୀ ପ୍ରତ୍ୟୁଷ କୁମାର ବାଣୁଆ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ଯୁବ ପ୍ରତିଭା ସମ୍ମାନ ପୁରସ୍କାର -୨୦୨୪ ରେ ଭୁବନେଶ୍ୱର ସ୍ଥିତ ଜଟଦେବ ଭବନରେ ସମ୍ମାନିତ ହୋଇଛନ୍ତି। ସ୍ବେଛାସେବୀ ପ୍ରତ୍ୟୁଷ କୁମାର ବାଣୁଆଙ୍କ ଦ୍ଵାରା ସ୍ବେଛାସେବୀ କାର୍ଯ୍ୟ ଯଥା – ବୃକ୍ଷରୋପଣ, ସ୍ବଚ୍ଛତା, ଜନସଚେତନତା,ଜାତୀୟ ସ୍ତରୀୟ ପ୍ୟାରେଡ, ନାସିକଠାରେ ଅନୁଷ୍ଠିତ ଜାତୀୟ ଯୁବ ଉସ୍ତଵ୍ -୨୦୨୪ ଇତ୍ୟାଦିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ପ୍ରତ୍ୟୁଷ କୁମାର ବାଣୁଆଙ୍କୁ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ସଂସଦର ରାଜ୍ୟ ସଭାପତି ସତ୍ୟବ୍ରତ ନାଏକ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ ଏନ୍ ଏସ ଏସ ବ୍ୟୁରୋ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ଡେପୁଟି ରେଜିଷ୍ଟର ଡ. ଜୟଦେବ ସାହୁ, କାର୍ଯକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆହୁରି କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ AKN NEWS


