ଓଡିଶା ଖବର

ପ୍ରଥମ କ୍ୱାର୍ଟର ଫାଇନାଲ ରେ ମାଣ୍ଡୋସିଲ ବିଜୟୀ

(AKN NEWS): ନୂଆପଡା ଜିଲ୍ଲା ଖଡିଆଳ ପୁଟପଡା ଖେଳ ପଡ଼ିଆ ଠାରେ ଚାଲୁଥିବା ଅଷ୍ଟତମ ରାଧାକୃଷ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ଆଜିକାର ମ୍ୟାଚ ମାଣ୍ଡୋସିଲ ଓ ଅନକାପୁର ମଧ୍ୟରେ ଖେଲାଯାଇଥିଲା ଏଥିରେ ମାଣ୍ଡୋସିଲ ଦଳ ବିଜୟୀ ହୋଇ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଆଜିକାର ମ୍ୟାଚ ରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ଖଡିଆଳ ଅନ୍ଚଲର ଜଣାସୁଣା ନାରୀନେତ୍ରୀ ତଥା ନୁଆପଡା ଜିଲ୍ଲା ଯାଦବ ମହିଳା ମହାସଭା ର ସଭାନେତ୍ରୀ ଓ ଖଡିଆଳ ସ୍ୱୟଂ ଶକ୍ତି ମହିଳା ମହାସଂଘ ର ସଭାନେତ୍ରୀ ଶ୍ରୀମତୀ ମମତା ମଞରୀ ଥପା ସମ୍ମାନିତ ଅତିଥି ଭାବରେ ୱାର୍ଡ ନଂ ୧୨ ର କାଉନସିଲର ଶ୍ରୀମତୀ ବିନତୀ ହଂସ ବିଶିଷ୍ଟ ସମାଜସେବୀ ଦୟା ଥପା ଯୋଗଦାନ କରିଥିଲେ ଖେଳ ଶେଷରେ ବିଜୟୀ ଦଳ ଓ ମ୍ୟାଚ ଅଫ ଦି ମ୍ୟାଚ ଅତିଥି ମାନକଂ ଦ୍ବାରା ପୁରସ୍କାର ଗ୍ରହଣ କରିଥିଲେ ଆଜିକାର ମ୍ୟାଚ କୁ ପରିଚାଲନା କରିବାରେ ସୌରଭ ନାଗ, ମନୋଜ ଶବର, ଓ ରାଧାକୃଷ୍ଣ କ୍ରିକେଟ କ୍ଲବର ସମସ୍ତ ସଦସ୍ଯ ସହଯୋଗ କରିଥିଲେ

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!