ଓଡିଶା ଖବର

ପ୍ରଦୀପ କୁମାର ଦାସ(ବାପି) ପୁଣିଥରେ କ୍ରମାଗତ ତୃତୀୟ ଥର ପାଇଁ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନର ଜିଲ୍ଲା ସଭାପତି ଭାବରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି I

(AKN NEWS):ଆଜି ସ୍ଥାନୀୟ ସ୍ୱାଗତ ଆଇ ଟି ଆଇ ର ସଭାଗୃହ ରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ର ବାର୍ଷିକ ସାଧାରଣ ଅଧିବେଶନ ଏବଂ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇଅଛି I ଏହି ଅବସରରେ ବିଧିବଦ୍ଧ ଭାବରେ ମତଦାନ ଅଧିକାରୀ ଆଡ଼ଭୋକେଟ ସୁବ୍ରତ ବହିଦାରଙ୍କ ଦ୍ୱାରା ନବ ନିର୍ବାଚିତ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇଅଛି I ଏହି ଅବସରରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସମ୍ପାଦକ ନିଲିନ କୁମାର ଙ୍କୁ ସଂଘ ତରଫରୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା I ନିର୍ବାଚନୀ ବୈଠକ ରେ ପର୍ଯ୍ୟବେକ୍ଷକ ଭାବରେ କୋରାପୁଟ ବ୍ୟାଡ଼ମିଣ୍ଟନ ସଂଘର ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ନୂଆପଡା ବ୍ୟାଡ଼ମିଣ୍ଟନ ସଂଘର ସମ୍ପାଦକ ସୁଦୀପ୍ତ ବିଶୋଇ, ଜିଲ୍ଲା କ୍ରୀଡା ଅଧିକାରୀଙ୍କ ପ୍ରତିନିଧି ଭାବରେ ଅବିନାଶ ମୁଣ୍ଡ ଅତିଥି ଭାବରେ ମଂଚାସୀନ ରହିଥିଲେ I ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା I ଏହାପରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଗଣେଶ ଭଗବାନଙ୍କ ପ୍ରତିମୂର୍ତ୍ତି ରେ ଦ୍ୱୀପ ପ୍ରଜ୍ବଳନ କରାଯାଇଥିଲା I ଏହାପରେ ମତଦାନ ଅଧିକାରୀ ଶ୍ରୀଯୁକ୍ତ ବହିଦାରଙ୍କ ଦ୍ୱାରା ପ୍ରଦୀପ କୁମାର ଦାସ ଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଥିଲା I ସମ୍ପାଦକ ଭାବରେ ସନ୍ଦୀପ କୁମାର ମିଶ୍ରଙ୍କ ନାମ ଘୋଷଣା କରାଯାଇଥିଲା I ଏହିପରି ସମୀର ସାହୁଙ୍କୁ ଉପସଭାପତି, ଅରୁଣ ରଥଙ୍କୁ ଅନ୍ୟତମ ଉପସଭାପତି, କୋସାଧ୍ୟକ୍ଷ ସରୋଜ ମହାରଣା, ସହ ସମ୍ପାଦକ ସାଇ କୁମାର ସିଂ ସାମନ୍ତ ଙ୍କ ନାମ ଘୋଷଣା କରାଯାଇଥିଲା I ସେହିପରି କାର୍ଯ୍ୟକାରୀ ସମିତି ର ସଦସ୍ୟ ଭାବରେ ରଂଜିତ କୁମାର ସାହୁ, ପରେଶ ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ସନ୍ଦୀପ ଦାସ, ଚତୁର୍ଭୁଜ ନାଏକ, ରବିନାରାୟଣ ସାହୁଙ୍କ ନାମ ଘୋଷଣା କରାଯାଇଥିଲା I ଏହାପରେ ମତଦାନ ଅଧିକାରୀଙ୍କ ଅନୁରୋଧ କ୍ରମେ ନବନିର୍ବାଚିତ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ ତାଙ୍କର ଅଭିଭାଷଣ ରଖିଥିଲେ ଏବଂ ଆଗାମୀ ଦିନରେ ଆଉ ଅଧିକ କୃତୀ ଖେଳାଳୀ କେମିତି ରାଜ୍ୟ ଏବଂ ଜାତୀୟ ସ୍ତରରେ ଜିଲ୍ଲା ପାଇଁ ଗୌରବ ଆଣିବେ ସେ ଦିଗରେ ସଂଘ ଯତ୍ନବାନ ହେବ ଏବଂ ଅନ୍ୟାନ୍ୟ ମୁଖ୍ୟ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ I ଏହାପରେ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା I ସମ୍ପାଦକ ସନ୍ଦୀପ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ସରୋଜ ମହାରଣା ବାର୍ଷିକ ଆୟ ବ୍ୟୟ ପାଠ କରିଥିଲେ I ଏହାପରେ ମଧ୍ୟାହ୍ନ ଭୋଜନ ବିରତି ପରେ ପ୍ରଥମ କାର୍ଯ୍ୟକାରୀ ବୈଠକ ରେ ରାଜ୍ୟ ସମ୍ପାଦକ ନିଲିନ କୁମାର ନବନିର୍ବାଚିତ ସମସ୍ତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂଘ ର ସୁପରିଚାଳନା ପାଇଁ କର୍ଣମନ୍ତ୍ର ଦେଇଥିଲେ I ବରିଷ୍ଠ ଉପସଭାପତି ସମୀର ସାହୁ ଧନ୍ୟବାଦ ଦେଇଥିଲେ I ବରିଷ୍ଠ ସଦସ୍ୟ ମହେଶ କୁକ୍ରେଜIଙ୍କୁ ପ୍ରତିଯୋଗିତା ମୁଖ୍ୟ ଏବଂ ପ୍ରଶିକ୍ଷଣ ଦାୟିତ୍ୱର ମୁଖ୍ୟ ଏବଂ ମନୋରଞ୍ଜନ ଦାସଙ୍କୁ ବୈଷୟିକ ଅଧିକାରୀ ସମିତିର ମୁଖ୍ୟ ଭାବରେ ମନୋନୀତ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ ମିଶ୍ର, ନାଗେଶ୍ୱର ପଟ୍ଟନାୟକ, ଅଶୋକ ପଣ୍ଡା, ସୁନିଲ ଅଗ୍ରୱାଲ, ଦୀପକ ସାଗର କୁମାର, ପାର୍ଥବ ସାହୁ, ଅରୁଣ କୁମାର ସାହୁ, ନିହାର ଠାକୁର, ଅମିତ ଜୈନ, ସୁଶାନ୍ତ ପଟ୍ଟନାୟକ, ଆଶୁତୋଷ ମୁନି, ସୋହନ ଦତ୍ତ, ଶକ୍ତି ପ୍ରସାଦ ଯୋଶୀ, ଶିବା ଆଚାରୀ, ନୀଳକଣ୍ଠ ଗୌଡ଼ ଆଦି ଉପସ୍ଥିତ ରହିଥିଲେ I

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!