ଓଡିଶା ଖବର

ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଶାନ ସମୃଦ୍ଧି ସହ ଯୋଜନା କର୍ମଶାଳା ଅନୁଷ୍ଠିତ

ପୁରୀ ୨୬/୧୨(AKN NEWS): ସରକାରଙ୍କ ଲକ୍ଷ୍ୟ ମତ୍ସ୍ୟଜୀବୀ ଙ୍କୁ ଏକାଠି କରିବା, ସେମାନଙ୍କ ସ୍ବାର୍ଥ ରକ୍ଷା କରିବା ଓ ସମସ୍ତ ସହଯୋଗ ଯୋଗାଇ ଦେବା।ସେଥିପାଇଁ ସେମାନ ଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଫସଲ ଓ ଉପକରଣ କୁ ବୀମାଭୁକ୍ତ କରିବା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ପୁରୀ ଜିଲ୍ଲା ରେ ଦୁଆ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ପ୍ରଥମ ଦିନ ର ଏହି କର୍ମଶାଳା କୁ ଉଦଘାଟନ କରି ବରିଷ୍ଠ ବୈଜ୍ଞାନିକ ଡଃ ଜ୍ଞାନ ରଞ୍ଜନ ଦାଶ ଜଳବାୟୁ ପରିବର୍ତ୍ତନ, ପରିବେଶ ର ପରିବର୍ତ୍ତନ ଓ ସମୟ ର ଆବଶ୍ୟକତା ଅନୁସାରେ ଆମ କୃଷି ପ୍ରଣାଳୀ କୁ ପରିବର୍ତ୍ତନ ର ସମୟ ଆସିଛି।ବର୍ତ୍ତମାନ ବୈଷୟିକ ଜ୍ଞାନ କୌଶଳ, ଅତ୍ୟାଧୁନିକ ଉପକରଣ, ଉତ୍କୃଷ୍ଟ ବିହନ ର ଉପଯୋଗ କରି ଆମେ ଲାଭବାନ ହେବା ସହ କ୍ଷୟକ୍ଷତି ର ଭରଣା ପାଇଁ ନିଶ୍ଚିତ ଭାବେ ବୀମା କରାଇ ନେବାକୁ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପ ନିର୍ଦ୍ଦେଶକ କୁଅଁର ମାର୍ଣ୍ଡି,ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ ର ବରିଷ୍ଠ କାର୍ଯ୍ୟ ନିର୍ବାହୀ ସୁଷମା ବି,ସ୍ମିତି ରେଖା ପତି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ମତ୍ସ୍ୟଜୀବୀମାନେ ବୀମା କରାଇ ନେବା ସହ ସରକାରଙ୍କ ବିବିଧ ସୁବିଧା ର ସୁଯୋଗ ଲାଭ କରିବାକୁ ଅନୁରୋଧ କରିଥିଲେ।ସେମାନେ ନାମ ପଞ୍ଜିକରଣ କରିବା ପରେ ଏକ ପ୍ରୋଭିଜିନାଲ ସାର୍ଟିଫିକେଟ ପାଇବେ।ପରେ ସମସ୍ତ ସୁବିଧା ଓ ସହଯୋଗ ନିୟମ ଅନୁସାରେ ଡିବିଟି ମାଧ୍ୟମରେ ପ୍ରାପ୍ତ ହେବେ।କୌଣସି ସଂଶୟ କ୍ଷେତ୍ରରେ ମତ୍ସ୍ୟ ବିଭାଗ ଅଧିକାରୀ ଓ ବୀମା କମ୍ପାନୀ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରି ପାରିବେ ବୋଲି କହିଥିଲେ।ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୁତି ରଞ୍ଜନ ରାଉତ ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାରେ ମତ୍ସ୍ୟଜୀବି ମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକର ମତ୍ସ୍ୟ ଚାଷୀ ମାନେ ଯୋଗ ଦେଇଥିଲେ।ଦ୍ୱିତୀୟ ଦିନ ର କାର୍ଯ୍ୟକ୍ରମ ଆସନ୍ତା କାଲି ୨୭ ତାରିଖରେ କୃଷ୍ଣ ପ୍ରସାଦ ବ୍ଲଳର ମାଲୁଦ ଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!