ଓଡିଶା ଖବର

ପ୍ରଶାସନ ଆଢ଼ୁଆଳରେ ଦାବକାନି ପ୍ରାଥମିକ ବିଦ୍ୟାଳୟ।

ଭଙ୍ଗା ଦଦରା ଶ୍ରେଣୀ ଗୃହରେ ଚାଳିଛି ପାଠପଢ଼ା। ≅

ବଲାଙ୍ଗୀର(AKN NEWS):ପାଟଣାଗଡ଼ ଶିକ୍ଷା ବିଭାଗ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦାବକାନି ଶ୍ରେଣୀ କୋଠରୀ ଜରାଜୀର୍ଣ୍ଣ ହୋଇ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିଲେ ମଧ୍ୟ ଶ୍ରେଣୀ କୋଠରୀ ଅଭାବ ରୁ ଛାତ୍ରଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥା ରେ ପାଠପଢୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ମାନେ ବାରମ୍ବାର ଶିକ୍ଷା ବିଭାଗ ଓ ବ୍ଳକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ ଦାବକାନି ସ୍କୁଲ ସର୍ବ ପୁରାତନ ସ୍କୁଲ ହୋଇଥିବା ବେଳେ ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଛି। ରାଜ୍ୟ ସରକାର ନୂତନ ଭାବରେ ଏବର୍ଷ ଶିଶୁ ବାଟିକା କୁ ସଂଯୋଗ କରିଥିବା ବେଳେ ବର୍ତ୍ତମାନ ନାମ ଲେଖା ଚାଳିଛି। ବର୍ତ୍ତମାନ ସ୍କୁଲରେ ୩୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପିଲା ସଂଖ୍ୟା ଅନୁପାତରେ ଦୁଇ ଟି ମାତ୍ର ଶ୍ରେଣୀ ଗୃହ ଥିବା ରୁ ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଛି। ଗୋଟିଏ ଶ୍ରେଣୀ ଗୃହ ଜିରାଜୀର୍ଣ୍ଣ ଅବସ୍ଥା ରେ ଥିବା ବେଳେ ସ୍କୁଲ ଛାତ ଖସି ନ ପଡିବା ପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅସ୍ଥାୟୀ ଦୁଇ ଟି ପିଲର ନିର୍ମାଣ କରାଯାଇଛି। ସେହି ଛାତ ତଳେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବୀ କରିଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!