ପ୍ରାବନ୍ଧିକ ପ୍ରଫେସର ସୁଦର୍ଶନ ପୂଜାରୀଙ୍କ ତିରୋଧାନରେ ନିରମାଏଲ୍ ର ସ୍ମୃତି ସଭା

ପ୍ରାବନ୍ଧିକ ପ୍ରଫେସର ସୁଦର୍ଶନ ପୂଜାରୀଙ୍କ ତିରୋଧାନରେ ନିରମାଏଲ୍ ର ସ୍ମୃତି ସଭା
ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ଠାରେ ଶିକ୍ଷାବିତ୍, ପ୍ରାବନ୍ଧିକ, ବକ୍ତା ଏବଂ ଗବେଷକ ପ୍ରଫେସର ସୁଦର୍ଶନ ପୂଜାରୀ (୭୬) ଙ୍କ ତିରୋଧାନ ରେ ଏକ। ସ୍ମୃତି ସଭା ନିର୍ମାଏଲ୍ ସାହିତ୍ୟ ସଂସଦ ଦ୍ବାରା ଆୟୋଜନ କରାଯାଇଥିଲା ।
ସେ ୧୯୭୩ରେ ଅନୁଗୁଳ ଜିଲ୍ଲା ତାଳଚେର କଲେଜରୁ ଅଧ୍ୟାପନା ଜୀବନ ଆରମ୍ଭ କରି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା କଲେଜ, ଝାରସୁଗୁଡ଼ାର ପଣ୍ଡିତ ଲକ୍ଷ୍ମୀନାରାୟଣ କଲେଜରେ ଅଧ୍ୟାପକ ଥିଲେ। ଅତାବିରା କଲେଜ ଓ ପାର୍ବତୀ ଗିରି ମହିଳା କଲେଜ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ସେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସିନେଟ୍ ଏବଂ ସିଣ୍ଡିକେଟ୍ ସଦସ୍ୟ ରହିବା ସହ ବହୁ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ୍ ପରିଷଦ ସଭ୍ୟ ରହିଥିଲେ।
ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ବହୁତ ସମ୍ମାନ ପାଇଛନ୍ତି।ପ୍ରଫେସର ପୂଜାରୀଙ୍କୁ ତତ୍କାଳୀନ ରାଷ୍ଟ୍ରପତି ଏପିଳେ ଅଦ୍ଭୁଲ କଲାମ ରାଷ୍ଟ୍ରପତି ଭବନ ଡାକି ସମ୍ମାନିତ କରିଥିଲେ । ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ପବ୍ଲିକ୍ ଲାଇବ୍ରେରୀ, ଭାରତ ବିକାଶ ପରିଷଦ, ‘ସେତୁ’, ଭାରତୀୟ ଶିକ୍ଷଣ ମଣ୍ଡଳ, ସମ୍ବଲପୁରୀ ଭାଷା ପରିଷଦ ପ୍ରଭୃତି ଅନେକ ଅନୁଷ୍ଠାନର ପଦପଦବିରେ ରହିଥିଲେ। ଶ୍ରୀ ପୂଜାରୀଙ୍କ ରଚିତ ପୁସ୍ତକ ‘ଜୀବନ ଚିତ୍ର’ ଓ ସଂକଳନ ‘ଆମେ ଆଗେଇବା ଓ ଅନ୍ୟାନ୍ୟ ଉନ୍ମୋଚିତ ହୋଇଥିଲା। ‘ଆମ ସଂସ୍କୃତି : ଭାବ ଓ ବିଭବ’ ପ୍ରବନ୍ଧ ସଙ୍କଳନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚିତ କରିଥା’ତେ। ତାଙ୍କ ସମ୍ପାଦନାରେ ଅନେକ ସଙ୍କଳନ ଓ ପତ୍ରପତ୍ରିକା ପ୍ରସ୍ତୁତ କରୁଥିଲେ ।
