ଓଡିଶା ଖବର

ଫଲସlମାଳ ରେ ଆଦିବାସୀ ସମାବେଶ l 

ଲୋଇସିଂହା ୧୩/୫(AKN NEWS): ଲୋଇସିଂହା ବ୍ଲକ 34 ନମ୍ବର ଜ଼ିଲ୍ଲା ପରିଷଦ ଜୋନ ର ଫଲସାମlଲ ଗାଁ ଠାରେ ଜୋନ ସ୍ତରୀୟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଥିଲା l କୈଳାଶ ବରିହା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉଦବୋଧନ ରେ ପ୍ରକାଶ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ମାସରୁ ମାସିକ ବିଦ୍ୟୁତ ଦେୟ ଛାଡ଼ ପାଇଁ ଘୋଷଣା କରିଥିବାରୁ ଗ୍ରାମାଞ୍ଚଳ ର ପ୍ରାୟ ସମସ୍ତ ପରିବାର ବିଦ୍ୟୁତ ବିଲ ପୈଠ କରିବାରୁ ସୁରକ୍ଷିତ ରହିବେ, ଅନୁସୂଚିତ ଜନଜାତି ମାନଙ୍କ ବିକାଶ ପାଇଁ ବଲାଙ୍ଗିର ରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ ହୋଇଛି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ କରିଛନ୍ତି ,ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ,ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଦିବାସୀ ମାନଙ୍କ ଉପରୁ ମୁଖ୍ୟମନ୍ତ୍ରୀ ପଚାଶ ହଜାର ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ପୋଲିସ ବିଭାଗ ମକଦ୍ଦମା ପ୍ରତ୍ୟହାର ଘୋଷଣା ଭାରତ ରେ ପ୍ରଥମ ଘଟଣା,ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ଏମଏସପି ପ୍ରଦାନ, ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଙ୍କ ପାଇଁ ବୋନସ,ଖାଦ୍ୟ ସୁରକ୍ଷା ଯୋଜନାରେ ଆହାର କେନ୍ଦ୍ର ବ୍ୟବସ୍ଥା,ସାମାଜିକ ନିରାପତ୍ତା ପାଇଁ ଭତ୍ତା ବୃଦ୍ଧି,ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ମହିଳାଙ୍କ ପାଇଁ ଦଶ ଲକ୍ଷ ଏବଂ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା, ମିଶନଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ ୧୫ ଲକ୍ଷ ଟଙ୍କା ଋଣ, କାଳିଆ ଯୋଜନା, ବଳିଆ ଯୋଜନାରେ କୃଷକ ଏବଂ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ,ନିର୍ମାଣ ଶ୍ରମିକ ସୁରକ୍ଷା ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା,5 ଟି ସ୍କୁଲ କଲେଜ ରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ସବୁ ଗାଁ କୁ ବିଜୁଳି, ପାଣି, ପକ୍କା ରାସ୍ତା ସୁବିଧା, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ ହିତକାରୀ ଯୋଜନା, ବିଷୟରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଓଡିଶା ର ଚାଳିଶ ପ୍ରତିଶତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତଥା ଦେଢ଼ କୋଟି ରୁ ଉର୍ଦ୍ଧ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠା ର ସହିତ କାର୍ଯ୍ୟ କରୁଛନ୍ତି ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଏବଂ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଅନୁସୂଚିତ ଜନଜାତି ବର୍ଗ ର ନେତା ନିହାର ବେହେରା ଙ୍କୁ ଜିତାଇବା ସହିତ ଭୋଟର ଭାଇ ଭଉଣୀ ନିବେଦନ କରିଥିଲେ l

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!