ଓଡିଶା ଖବର

ବଡ଼ ଦିନ ପାଳନ ପାଇଁ ବଜାର ଘାଟରେ ପ୍ରବଳ ଭିଡ଼ ଲାଗୁଛି । ବ୍ରାହ୍ମଣୀଗାଁ ବାସୀ ନେଟୱର୍କ ସମସ୍ୟା ନେଇ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

ଦାରିଙ୍ଗବାଡ଼ି, ୧୮/୧୨:(AKN News): ବଡ଼ ଦିନ ପାଳନ ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ । ଆନନ୍ଦ ଉଲ୍ଲାସର ପର୍ବ ହେଉଛି ଖ୍ରୀଷ୍ଟମାସ୍। ଏଥିପାଇଁ ସବୁ ସହର ବଜାରରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି । ସୁସଜ୍ଜିତ ଆଲୋକ ମାଳାରେ ଝଲସିଲାଣି ଅଞ୍ଚଳର ସବୁ ଚର୍ଚ୍ଚ । ପର୍ବ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । ନୂଆ ପୋଷାକ କିଣା କିଣି ସହ ପିଠା ପଣା ପାଇଁ ଲୋକେ ବିଭିନ୍ନ ଦୋକାନ ରେ ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କ ଭିଡ ଲାଗୁଛି ।

ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କଲିକତା, ରାୟପୁର ଏବଂ ବ୍ରହ୍ମପୁରରୁ ଆସିଛି ଭଳିକି ଭଳି ସାମଗ୍ରୀ । ଦର ଭଲ ରହିଥିବାରୁ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ । ହେଲେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ନେଟ ଓ ନେଟ ୱର୍କ ସମସ୍ୟା ରେ ପଡ଼ିଛନ୍ତି। ଫଳରେ ଆଧାର ମାଧ୍ୟମରେ ଟଙ୍କା ଉଠାଇବା ହୋଇପାରୁନି। ଫଳରେ ବାଧ୍ୟ ହୋଇ ଲୋକେ ଗାଁ ଗାଁ ବୁଲି ନେଟ ୱର୍କ ଖୋଜି କୋଉଠି ଟିକିଏ ସିଗନାଲ ମିଳିଲେ ପଇସା ଉଠାନ୍ତି । ଠିକ ରେ ନେଟ ୱର୍କ ଆସୁନଥିବାରୁ ଜଣକ ପିଛା ଅଧ ଘଣ୍ଟା ରୁ ଅଧିକ ଅପେକ୍ଷା କରିବାକୁ ପଢ଼େ ବୋଲି ଧର୍ମେନ୍ଦ୍ର ବଳିଆରସିଂ, ହେମନ୍ତ ସିଂ, ତାରାସ୍ୟ ନାୟକ ଏବଂ ବବିତା ସିଂ କହିଛନ୍ତି। ଜରୁରୀକାଳୀନ ବିଶେଷ କରି ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସ କୁ ଫୋନ କରି ଡାକିବା ହେଇପାରୁନାହିଁ ବୋଲି କହିଛନ୍ତି। ଏପଟେ କିଛି ଦୁର୍ବୁର୍ତ୍ତ ଏକ ମାସ ରୁ ଲଗାତାର ବିଏସଏନଏଲ କେବୁଲ କାଟି ଦେଉଥିବା ନେଇ ବ୍ରାହ୍ମଣୀଗାଁ ଥାନା ରେ ଖୋଦ୍ ବିଏସଏନଏଲ ବିଭାଗ ପକ୍ଷରୁ ବ୍ରାହ୍ମଣୀଗାଁ ଥାନା ରେ ଗତ ୧୭ ନଭେମ୍ବର ରେ ଅଭିଯୋଗ କରିଛନ୍ତି। ଦୁର୍ବୁର୍ତ୍ତ ମାନେ ବାରମ୍ବାର ଏଭଳି ଘଟଣା ଘଟାଉଥିବା ବେଳେ ପୋଲିସ ତାରଟେର ପାଉନି ଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ତୁରନ୍ତ ବ୍ରାହ୍ମଣୀଗାଁ ପୋଲିସ ଦୁର୍ବୁର୍ତ୍ତ ମାନଙ୍କୁ ଖୋଜି ଏହାର ସ୍ଥାୟୀ ସମାଧାନ ଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି। ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!